ରାଜଧାନୀରେ ଆସାମ ପୋଲିସର ଚଢ଼ାଉ, ତାଲା ଭାଙ୍ଗି ଭିତରେ ପଶିଲା ଟିମ୍

ଭୁବନେଶ୍ବରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍‌ । ଭୁବନେଶ୍ବରରେ ଆତ୍ମଗୋପନ କରିଥିବା ନେଇ ସୂଚନା ପାଇବା ପରେ ରେଡ୍‌ କରିଛି ପୋଲିସ । କମିଶନରେଟ୍‌ ପୋଲିସ ସହାୟତାରେ ରେଡ୍‌ କରୁଛି ଆସାମ ପୋଲିସ । ଇନ୍‌ଫୋସିଟି ପୋଲିସ ସହାୟତାରେ ଉକ୍ତ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟରେ ରେଡ୍‌ । ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ । ରଘୁନାଥପୁର ଅଞ୍ଚଳରେ ଅଭିଯୁକ୍ତର ମାଲିକାନାରେ ଥିବା ଏକ ବିବାହ ମଣ୍ଡପରେ ମଧ୍ୟ ରେଡ଼ । ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ୍‌ ହେଉଛି ସମୀର ପଟ୍ଟନାୟକ । କୁହାଯାଉଛି ଏକ ଠକେଇ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ଭୁବନେଶ୍ୱରକୁ ଆସିଛି ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା।

ସୂଚନା ଅନୁଯାୟୀ,ଗୁରୁବାର ମଧ୍ୟାହ୍ନରେ ଆସାମ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଇନଫୋସିଟି ଅଞ୍ଚଳରେ ଚଢ଼ାଉ କରିଥିଲା। ଏକ ଆପାର୍ଟଣ୍ଟେ ଫ୍ଲାଟ୍ ଭିତରେ ମୋଷ୍ଟ ୱାଣ୍ଟେଡ ଲୁଚି ରହିଥିବା ସନ୍ଦେହ ଚଢ଼ାଉ କରାଯାଇଥିଲା। ଫ୍ଲାଟ୍ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଡାକିଲେ ସୁଦ୍ଧା କେହି ଶୁଣି ନଥିଲେ।  ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ଶେଷରେ ତାଲା ଭାଙ୍ଗିବା ସହ କବାଟ ଖୋଲିଥିଲା ଆସାମ ପୁଲିସ। ରୁମ୍ ଭିତରେ ଜଣେ ମହିଳା ଥିବା ଦେଖିବାକୁ ମିଳିଥିଲା। ତେବେ ଠକେଇ ମାମଲା ସଂପୃକ୍ତି ଥିବା ମୋଷ୍ଟ ୱାଣ୍ଟେଡ୍‌ ଅଭିଯୁକ୍ତ ସମୀର ପଟ୍ଟନାୟକ ବୋଲି ସୂଚନା ମିଳିଛି। ଚଢ଼ାଉ ସମୟ ଇନ୍‌ଫୋସିଟି ଥାନା ଅଧିକାରୀ ଓ ଟିମ୍ ଉପସ୍ଥିତ ରହିଥିଲା।

ତେବେ ପୋଲିସ ଜବରଦସ୍ତି ତାଲା ଭାଙ୍ଗି ଭିତରକୁ ପଶିବା ବେଳେ ଘରେ ଥିବା ମହିଳା ଜଣଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୋଲିସ କାହିଁକି ତାଲା ଭାଙ୍ଗି ପଶିଲା ମୁଁ ଜାଣିନି । ମୁଁ ଏକା ଘରେ ଥିବାରୁ ତାଲା ଖୋଲିଲି ନାହିଁ । ମୋ ପୁଅ ଜଣେ ଆଡଭୋକେଟ୍‌, ମୋତେ ନ ଖୋଲିବାକୁ କହିଥିଲା । ଆପଣ ଭୟଭୀତ କି ପ୍ରଶ୍ନରେ କହିଲେ ଆଦୌ ନୁହେଁ । ତେବେ ପୋଲିସ ଭିତରେ ପଶିବା ବେଳର ଭିଡିଓ ଉତ୍ତୋଳନ କରିଛନ୍ତି ମହିଳା ଜଣଙ୍କ ।