ଜ୍ଞାନବାପି ମସଜିଦରେ ଆରମ୍ଭ ହେଲା ASI ସର୍ଭେ

ନୂଆଦିଲ୍ଲୀ : ଆଜି ଆରମ୍ଭ ହେଲା ଜ୍ଞାନବାପି ମସଜିଦରେ ASI ସର୍ଭେ । ଆଜି ସକାଳ ୭ଟା ବେଳେ କଡା ସୁରକ୍ଷା ସହ ଜ୍ଞାନବାପି ମସଜିଦ ପରିସରରେ ASI ଟିମ ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଛି । ଗୁରବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି ପରେ ଏହି ସର୍ଭେ ଆରମ୍ଭ କରାଯାଇଛି ।

ଅଦାଲତ କହିଛନ୍ତି ଯେ ପୂର୍ବରୁ ଥିବା କୌଣସି ହିନ୍ଦୁ ମନ୍ଦିର ଉପରେ ଏହି ୧୭ଶହ ଶତାବ୍ଦୀର ମସଜିଦ ନିର୍ମାଣ କରାଯାଇଛି କି ନାହିଁ ତାହା ଏହି ସର୍ଭେ ପରେ ଜଣାପଡିବ ।ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟ ଦୃଷ୍ଟିରୁ ASI ସର୍ଭେ ଆବଶ୍ୟକ ଏବଂ ଏହା ଉଭୟ ପକ୍ଷଙ୍କୁ ଉପକୃତ କରିବ ।

ଆଜି ASI ଟିମ ମସଜିତ ଭିତରେ ସର୍ଭେ ଆରମ୍ଭ କରିଛି । ସର୍ଭେ ସମୟରେ କେବଳ ଜିଲ୍ଲା ପ୍ରଶାସନ ଦ୍ବାରା ନିଯୁକ୍ତ ଲୋକେ ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ, ଅଞ୍ଜୁମନ୍ ଇନ୍ତେଜାମିଆ ମସଜିଦ କମିଟିର ସଦସ୍ୟମାନେ ଏହି ସର୍ଭେ ବର୍ଜନ କରିଛନ୍ତି।