ବ୍ରହ୍ମପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ASI ବବିତା ସୁନା

ବ୍ରହ୍ମପୁର;-ଭିଜିଲାନ୍ସ ଜାଲରେ ASI,ମ୍ୟାଡମ୍ । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବ୍ରହ୍ମପୁରରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ASI ବବିତା ସୁନା । ତାଙ୍କୁ ଗିରଫ ମଧ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ପ୍ରଦୀପ କୁମାର । ଟିମ୍ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ ହୋଇଛି । ଏକ ମାମଲା ରଫାଦଫା ପାଇଁ ଉକ୍ତ ପୋଲିସ ଏଏସ୍‌ଆଇ ଜଣଙ୍କ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଛି ।