ଦଳ ଛାଡିଲେ ତୃଣମୂଳ କଂଗ୍ରେସ ନେତା ଯଶଓ୍ବନ୍ତ ସିହ୍ନା

ଦଳ ଛାଡିଲେ ତୃଣମୂଳ କଂଗ୍ରେସ ନେତା ଯଶଓ୍ବନ୍ତ ସିହ୍ନା ।

(କୋଲକତା) : ଦଳ ଛାଡିଲେ ତୃଣମୂଳ କଂଗ୍ରେସ ନେତା ଯଶଓ୍ବନ୍ତ ସିହ୍ନା । ସେ ବିଧି ବଦ୍ଧ ଦଳ ଛାଡିବାର ଘୋଷଣା କରିଛନ୍ତି। ବହୁ ଦିନରୁ ଏଭଳି ଚର୍ଚ୍ଚା ହେଉଥିଲା ଯେ, ତୃଣମୂଳ କଂଗ୍ରେସର ପ୍ରମୁଖ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିହ୍ନାଙ୍କ ନାଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିପକ୍ଷୀ ପ୍ରାର୍ଥୀଙ୍କ ଭାବରେ ଦେଖାଇବେ।\

ସିହ୍ନା ଟ୍ବିଟ୍‌ କରିଛନ୍ତି, ମମତା ଜୀ’ମୋତେ ଯେଉଁ ସମ୍ମାନ ମୋତେ ଟିଏମ୍‌ସିରେ ଦେଇଛନ୍ତି, ସେଥିପାଇଁ ଖୁବ୍ ଧନ୍ୟବାଦ। ଏବେ ସମୟ ଆସିଯାଇଛି ବିରୋଧୀମାନଙ୍କୁ ଏକଜୁଟ କରି ବ୍ୟାପକ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ ମୋତେ ପାର୍ଟିରୁ ଅଲଗା ହେବାକୁ ହେବ। ମୋତେ ଆଶା ରହିଛି ସେ (ମମତା) ଏହାର ଅନୁମତି ଦେବେ।’

ମଙ୍ଗଳବାର ସେ ଟିଏମ୍‌ସି ଛାଡିବାର ଘୋଷଣା କରିବା ସହ କହିଥିଲେ ଏବେ ସେ ବିରୋଧୀମାନଙ୍କୁ ଏକଜୁଟ କରି ବ୍ୟାପକ ରାଷ୍ଟ୍ରୀୟ ଉଦ୍ଦେଶ୍ୟ ପାଇଁ କାମ କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ମଙ୍ଗଳବାର ସକାଳେ ଏହି ଟ୍ବିଟ୍‌ କରି ପୋଷ୍ଟ କରିଛନ୍ତି, ଯାହାଫଳ​ରେ​‌ ତାଙ୍କୁ ୧୮ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀଙ୍କ ରୂପରେ ବିଚାର କରାଯାଉଥିବା ଚର୍ଚ୍ଚା ଆହୁରି ବଢିଯାଇଛି ।