ଯଥାଶୀଘ୍ର ଲାଲ୍‌ କରିଡରରୁ ଆନ୍ତଃ-ରାଜ୍ୟକୁ ଉଡ଼ିବ ବିମାନ

ମାଲକାନଗିରି : ମାଲକାନଗିରିରୁ ଏଥର ମିଳିବ ବିମାନ ସେବା | ଏନେଇ ଜୋରସୋରରେ କାମ ଚାଲିଛି । ଗତ ଏପ୍ରିଲ ମାସରେ ମାଲକାନଗିରି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ବିମାନବନ୍ଦର କାମ ଅନୁଧ୍ୟାନ ସହ ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ନିୟମିତ ସମୀକ୍ଷା କରୁଛନ୍ତି ।ଫାଇଭ ଟି ଇନିସିଏଟିଭ ଅଧିନରେ ଏନେଇ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ୨୦୨୪ ସୁଦ୍ଧା ବନ୍ଦର କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ସୂଚନା ମିଳିଛି | ବିମାନବନ୍ଦର ପାଇଁ ପ୍ରାୟ ୨୩୪ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ରାଜସ୍ବ ବିଭାଗ ହସ୍ତାନ୍ତର କରିଛି | ଏଥିପାଇଁ ମଧ୍ୟ ଖର୍ଚ୍ଚ ହେଉଛି ୫୫କୋଟି ଟଙ୍କା ।ମାଲକାନଗିରିରୁ ଭୁବନେଶ୍ବରକୁ ବିମାନ ଉଡ଼ିବା ସହ ଅନ୍ୟ ରାଜ୍ୟର ରାଜଧାନୀକୁ ବି ସଂଯୋଗ ହେବ ।ଏଥିରେ ୧୬୨୦ ଲମ୍ବ ଓ ୩୦ ମିଟର ଚଉଡ଼ାର ରନଓ୍ବେ ରହିବ । ଭିତିଭୂମି ,ଓ ଲାଇସେନ୍ସ ଯଥାଶୀଘ୍ର ସରିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି |