ଭୁବନେଶ୍ଵର: ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର । ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ । ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ । କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ । ସଂଗଠିତ କରିବା ଅଭିଯୋଗ ନେଇ କହିଲେ ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ । ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର । ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ, ପ୍ରମାଣିତ କରନ୍ତୁ । ବାପା ସ୍ବତନ୍ତ୍ର, ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ସନାତନ ମହାକୁଡ଼ ବରିଷ୍ଠ ନେତା, ବିଧାନସଭାରେ କେବଳ ଦେଖା ହୋଇଛି । ଲବିରେ ମଧ୍ୟ ସନାତନ ମହାକୁଡ଼ଙ୍କ ସହ ମୋ ସାକ୍ଷାତ ହୋଇନି । ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି । ପାଟକୁରା ବିଧାୟକ ପଦରୁ କେହି ହଟାଇ ପାରିବେନି, ବିକାଶ କରିବି ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର ।
ସେପଟେ ମିଡ୍ ଡେ’ ଅପରେସନ ବି ଫେଲ୍ ବୋଲି କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ ଫେଲ୍ ହୋଇଥିଲା, ମିଡ୍ ଡେ’ ଅପରେସନ ବି ଫେଲ୍ । ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଲେ ଲେନିନ୍ । ଦଳକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ ଅଂଶ ଥିଲେ । ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ । କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ବିଜୟ ମହାପାତ୍ର ବ୍ୟାକଅପ୍ ଦେଉଥିଲେ । ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି । ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କହିନାହାନ୍ତି ଦଳ ଭାଙ୍ଗୁ ବୋଲି । କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ଲେନିନ୍ ମହାନ୍ତି ।