ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ମେ’ ୧୦ ତାରିଖରେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଜୁନ ୧ରେ ତାଙ୍କର ଜାମିନ ଅବଧି ଶେଷ ହେଉଛି । ପହିଲାରେ ସେ ପୁଣି ଥରେ ତିହାର ଜେଲ ଯିବେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦାତ୍ତାଙ୍କ ଖଣ୍ଡପୀଠ , ଅନ୍ତରୀଣ ଜାମିନ ଆଦେଶ ପାରିତ କରିଥିଲେ ଏବଂ କହିଥିଲେ , ଚଳିତ ବର୍ଷ ଲୋକସଭା ନିର୍ବାଚନ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାକୁ ନଜରରେ ରଖି ଇଡିର ବିରୋଧ ଆବେଦନକୁ କୋର୍ଟ ଖାରଜ କରି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଜୁନ ପହିଲାରେ ବେଲ ଅବଧି ଶେଷ ହେଉଥିବାରୁ ଆଉ ୭ ଦିନ ଜାମିନ ପାଇଁ ଆବେଦନ କରିଛନ୍ତି ଅରବିନ୍ଦ ଜେଜ୍ରିୱାଲ ।