ଚକୋଲେଟ ଏକ ଏପରି ଖାଦ୍ୟ ଯାହା ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ । ଏବଂ ଏହାକୁ ଖାଇବା ପାଇଁ କିଏ କେତେ ପ୍ରକାର ବାହାନା କରି ଥାଆନ୍ତି । ଏବେ ଏହି ପରି ଏକ ଘଟଣସାମ୍ନାକୁ ଆସିଛି ଯାହାକୁ ସହଜରେ କେହି ବିଶ୍ୱାସ କରି ପାରିବେ ନାହିଁ ।
ନିକଟରେ ଏକ ବାଂଲାଦେଶୀ କିଶୋରଙ୍କୁ ଚକୋଲେଟ ଖାଇବା ବେଶ ମହଙ୍ଗା ପଡିଛି ଭାରତ ବାଂଲାଦେଶ ମଧ୍ୟରେ ଅର୍ନ୍ତଜାତୀୟ ସୀମାକୁ ଚିହ୍ନଟ କରୁଥିବା ସାଲ୍ଦା ନଦୀ ନିକଟରେ ଇମାନଙ୍କ ଗାଁ । ସେ ନିୟମିତ ଭାବରେ ସେହି ନଦୀକୁ ପହଁରି ତାର ପ୍ରିୟ ଚକୋଲେଟ ଖାଇବା ପାଇଁ ଭାରତର ତ୍ରିପୁରାରେ ଥିବା ସିପାହିଜାଲା ଜିଲ୍ଲାକୁ ଆସୁଥିଲା । ସୀମାରେ ଥିବା ତାରବାଡରେ କଣାକରି ସେ ବାଂଲାଦେଶରୁ ଯିବା ଆସିବା କରନ୍ତି ।
ଚକୋଲେଟ ପାଇଁ ବେଆଇନ ଭାବରେ ସୀମା ପାର କରିଥିବାରୁ ଯୁବକ ଜଣଙ୍କୁ ଭାରତର (ବିଏସଏଫ) ଏପ୍ରିଲ ୧୩ ତାରିଖ ଦିନ ଗିରଫ କରିଛି । ତାଙ୍କ ନାମ ହେଲା ଇମାନ ହୁସେନ । ତାଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯିବା ପରେ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ଅଦାଲତ ୧୫ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଏ ବିଷୟରେ ସୋନାମୁରା ଏସ୍ଡିପିଓ କହିଛନ୍ତି ପଚରା ଉଚରା ସମୟରେ ପିଲାଟି ବାଂଲାଦେଶର କୋମିଲା ଜିଲ୍ଲାର ବୋଲି ଜଣାପଡିଛି । ସେ ଭାରତକୁ ଚକୋଲେଟ କିଣିବା ପାଇଁ ଆସୁଥିଲା । ତା ପାଖରୁ କେବଳ ୧୦୦ ବାଂଲାଦେଶୀ ଟଙ୍କା କୁ ଛାଡିଦେଲେ ଆଉ କିଛି ମିଳିନାହିଁ । ବିନା ଦସ୍ତାବିଜରେ ଭାରତକୁ ଅନୁପ୍ରେବଶ ପାଇଁ ତାଙ୍କୁ ଗିରଫ କରାଯାଇଛି । ଏ ପର୍ଯ୍ୟନ୍ତ ତା ପରିବାର ପକ୍ଷରୁ କେହି ଭାରତ ସରକାରଙ୍କୁ ଯୋଗାଯୋଗ କରିନାହାନ୍ତି ।