ନୂଆଦିଲ୍ଲୀ : ଘାଇକୁ ଖସିଲା ସେନା ଗାଡି । ୩ ଯବାନ ସହିଦ । ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ବ୍ୟାଟେରି ଚଷ୍ମା ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଘାଟିରୁ ପ୍ରାୟ ୨୦୦ରୁ ୩୦୦ ମିଟର ତଳକୁ ଖସିଛି ଗାଡି । ବର୍ତ୍ତମାନ ଉଦ୍ଧାରକାର୍ୟ୍ୟ ଜାରି ରହିଛି। ପୋଲିସ, ଏସ୍ଡିଆରଏଫ୍, ସ୍ଥାନୀୟ ଲୋକ ଓ ସେନାର ଟିମ୍ ତୁରନ୍ତ ସ୍ଥିତି ସମ୍ଭାଳିଛନ୍ତି। ସମାଚାର ଏଜେନ୍ସି ପିଟିଆଇ ଅନୁସାରେ, ଟ୍ରକ ଜମ୍ମୁ-କଶ୍ମୀରରୁ ଶ୍ରୀନଗର ଯାଉଥିବା କାରକେଡ୍ର ଅଂଶ ଥିଲା। ଜାତୀୟ ରାଜମାର୍ଗ ୪୪ର ବ୍ୟାଟେରି ଚଷମା ନିକଟରେ ୧୧ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ, ଏସ୍ଡିଆର୍ଏଫ୍, ପୋଲିସ, ସେନା ଏବଂ ସ୍ଥାନୀୟ ସଚ୍ଛୋସେବକମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଶହୀଦ ଯବାନଙ୍କ ମୃତଦେହ ବାହାର କରିବା ପାଇଁ କାମ ଚାଲିଛି।