ଭୁବନେଶ୍ୱର ଡିସିପିଙ୍କୁ ସୁରକ୍ଷା ମାଗିଲେ ଅର୍ଚ୍ଚନା ନାଗ । ଜୀବନ ପ୍ରତି ବିପଦ ଥିବା କହି ଡିସିପିଙ୍କୁ ସୁରକ୍ଷା ମାଗିଲେ ଅର୍ଚ୍ଚନା । କିଛି ଦିନ ତଳେ ଗିରଫ ପଛରେ ବିଜେଡି ନେତାଙ୍କ ଭୂମିକା ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ନାଗ । ଏବେ ନିଜେ ଓ ପରିବାର ଅସୁରକ୍ଷିତ ବୋଲି କହିଛନ୍ତି ଅର୍ଚ୍ଚନା । ଗତ ଜୁଲାଇ ୧୩ ତାରିଖ ଦିନ ଗଣମାଧ୍ୟମ ଆଗରେ ବିଜେଡି ବିରୋଧରେ ବିଷ ଉଗାରିଥିଲେ ଅର୍ଚ୍ଚନା । ପ୍ରେସମିଟ୍ କରି ପାୱାରଫୁଲ୍ ବିଜେଡି ନେତା ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଦେଲେ ବଡ ମନ୍ତବ୍ୟ ଦେଇଥିଲେ । ବିଜେଡି ସଜାଇଥିଲା ବ୍ଲାକମେଲର୍, ବିଷ ଦେଇ ନେତା ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର ! ମୋ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡ଼ିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ ବୋଲି କହିଥିଲେ ଅର୍ଚ୍ଚନା ନାଗ୍। ଗିରଫର ୬ ଦିନ ପରେ ଜାଣିଲି ଅଭିଯୋଗକାରିଣୀ କିଏ ଓ ଅଭିଯୋଗ କଣ । କିଛି ବଡ଼ ବଡ଼ିଆ ନେତା ମୋ ପଛରୁ ଛୁରି ମାରିଛନ୍ତି ବୋଲି କହିଛନ୍ତି ଅର୍ଚ୍ଚନା । ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ବର୍ଷିଛନ୍ତି ଅର୍ଚ୍ଚନା । ଏଥିସହ ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍ କରିଛନ୍ତି । ତତ୍କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା କହିଛନ୍ତି । ତାଙ୍କ ସହ ହିମାଂଶୁ ସାହୁ, ତତ୍କାଳୀନ ବାଲିଅନ୍ତା IIC ଅନୁପ କାନୁନଗୋ ଏଥିରେ ସମ୍ପୃକ୍ତ ଥିବା ନେଇ କହିଥିଲେ ଅର୍ଚ୍ଚନା ନାଗ୍ । ସେ ଆହୁରି କହିଥିଲେ ଯେ, ଏକଥା ନିଜେ ଅଭିଯୋଗକାରିଣୀ ମୋତେ କହିଛନ୍ତି, ତାର ପ୍ରମାଣ ବି ରଖିଛି । ଜେଲ୍ ପରେଡ ବାହାନାରେ ପୋଲିସ ମୋ ପାଖକୁ ଜେଲ୍କୁ ଯାଉଥିଲେ । ମୋତେ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ଚା, କଫିରେ ବୋଧେ ନିଶା ଦେଉଥିଲେ, ମୁଁ ଶୋଇ ପଢ଼ୁଥିଲି । ମାତ୍ର କିଛି ଅଣ୍ଡର ଟ୍ରାଏଲ ପ୍ରିଜନରଙ୍କ ସହଯୋଗରୁ ବଞ୍ଚିଗଲି ବୋଲି କହିଥିଲେ ଅର୍ଚ୍ଚନା ନାଗ୍ ।