ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ନାମରେ ଆସିଛି ସଂଗୀନ ଅଭିଯୋଗ | ଅସୁସ୍ଥ ଶିକ୍ଷକଙ୍କ ପ୍ରତି ହେଉଛି ବୈମାତୃକ ମନୋଭାବ | ତେବେ ସୂଚନା ଅନୁସାରେ ୨୦୨୨ରେ ସାରା ରାଜ୍ୟରୁ ୨୦୬ ଜଣ କର୍ମଚାରୀ ଇଚ୍ଛାମୁତାବକ ବଦଳି ପାଇଁ ଅନଲାଇନରେ ଆବେଦନ କରିଥିଲେ । ଆବେଦନକୁ ଗ୍ରହଣ କରିବା ସହ ବିଭାଗ ନିୟମ ଅନୁସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରିଥିଲା । ଟିମରେ କଟକ ବଡମେଡିକାଲର ସୁପରିଟେଣ୍ଡେଣ୍ଟଙକ ସହ ଅନ୍ୟାନ୍ୟ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।ଟିମ ପରୀକ୍ଷା କରିବା ପରେ ୨୦୬ ଜଣ ମଧ୍ୟରୁ ୩୬ଜ ଗୁରୁତର ରୋଗରେ ପୀଡିତ ଥିବା ଓ ସେମାନେ ନିୟମିତ ଚିକିତ୍ସା ହେବା ନେଇ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଅନୁସାରେ ୩୬ ଜଣଙ୍କୁ ନିଜ ଇଚ୍ଛା ମୁତବକ ବଦଳି କରାଯିବା କଥା । ମାତ୍ର ଶିକ୍ଷା ବିଭାଗର ପ୍ରିୟାପ୍ରୀତି ତୋଷଣ ନୀତି ଯୋଗୁଁ ଗତ ଡିସେମ୍ବର ମାସରେ ୨୩ ଜଣଙ୍କ ବଦଳି ତାଲିକା ପ୍ରକାଶ ପାଇଥିଲା । ବାକି ୧୩ ଜଣଙ୍କ ବଦଳି କରାଯାଇନଥିଲା । ତେବେ ଡାକ୍ତରୀ ଟିମଙ୍କ ରିପୋର୍ଟ ସତ୍ୱେ ମଧ୍ୟ ଏହି୧୩ ଜଣଙ୍କୁ କାହିଁକି ବଦଳି କରାଗଲାନହିଁ? ଏମାନଙ୍କ ପ୍ରତି ବିଭାଗର ବୈମାତୃକ ମନୋଭାବ କାହିଁକି?ବୋଲି ପ୍ରଶ୍ନ ଉଠିଛି |