ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ଜେଲ୍ରେ ରହିବାର ୬ ମାସ ପରେ ତାଙ୍କୁ ମିଳିଛି ଜାମିନ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସଞ୍ଜୟ ସିଂହ ରାଜନୈତିକ କାର୍ୟ୍ୟକଳାପରେ ଅଂଶଗ୍ରହଣ କରିପାରିବେ। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ଜାମିନକୁ ବିରୋଧ କରିନାହିଁ ଏବଂ କହିଛି ଯେ, ତାଙ୍କୁ ଜାମିନ ପ୍ରଦାନ କରାଯାଇପାରିବ। ଫେବୃଆରୀ ୭ରେ ସଞ୍ଜୟଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ, କିନ୍ତୁ ଶୁଣାଣି ଆରମ୍ଭ ହେବା ପରେ ଏହାକୁ ତ୍ୱରାନ୍ୱିତ କରିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ସଞ୍ଜୟ ସିଂହଙ୍କ ଜାମିନ ମିଳିବା ଆପ୍ ପାଇଁ ବଡ ଆଶ୍ୱସ୍ତି । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ମନୀଷ ସିସୋଦିଆ ଏବଂ ସତ୍ୟୈନ୍ଦ୍ର ଜୈନ ଏହି ମାମଲାରେ ଜେଲରେ ରହିଛନ୍ତି ।