ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ର ମୁଗ୍ଧ’ର ମହୁରତ ପୂଜା

ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର  ‘ମନ୍ତ୍ର ମୁଗ୍ଧ’ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏଥି ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ସାହ ଦେଖା ଦେଇଛି ।

ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର  ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀ ରେ ଏକ ନୂଆ ଫର୍ଦ୍ଦ  ଯୋଡ଼ିବାକୁ ଯାଉଛି । ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଓଡ଼ିଆ ସିନେମାରେ ଇତିହାସ ସୃଷ୍ଟି କରିଥିବା ଏବଂ ବହୁ ପ୍ରଶଂସିତ ଚଳଚ୍ଚିତ୍ର ‘କର୍ମ’ ର ଅଦ୍ଭୂତପୂର୍ବ ସଫଳତା ପରେ ଅନୁପମ ପଟ୍ଟନାୟକ ଏବେ ନେଇଆସୁଛନ୍ତି ‘ମନ୍ତ୍ର ମୁଗ୍ଧ’ , ଏକ ଚଳଚ୍ଚିତ୍ର ଯେଉଁ ଥିରେ ଭାରି ରହିଛି ରୋମାଞ୍ଚ, ହାସ୍ୟରସ ଏବଂ ସାମାଜିକ ବାସ୍ତବତାର ପ୍ରତିଫଳନ ।

ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଥିଆ, ସୋମା ହୋତା ଓ ଭକ୍ତି ଦାସ ପ୍ରମୁଖ ଅଭିନୟ କରିଛନ୍ତି।ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟରେ ମିଡ଼ିଆ ଜଗତର ଲୋକପ୍ରିୟ ଚେହେରା ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ସାମିଲ ହୋଇ ଏକ ନୂଆ ଧାରା ଯୋଡ଼ିଛନ୍ତି । ‘ମନ୍ତ୍ର ମୁଗ୍ଧ’ ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ କର୍ମ ଚଳଚ୍ଚିତ୍ର ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୁରମୟୀ ମହାପାତ୍ର ଏକ ଦମଦାର ଭୂମିକାରେ ଆସୁଛନ୍ତି । ଏହି ଚଳଚ୍ଚିତ୍ର ରେ ଲୋକପ୍ରିୟ ଚେହେରା ମାନଙ୍କ ସହିତ ଉଦୀୟମାନ ନବାଗତା ମାନଙ୍କ ଏକ ସୁନ୍ଦର ସମ୍ମିଶ୍ରଣ ରହିଛି ।