ତାଇୱାନରେ ପୁଣି ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ତାଇୱାନରେ ପୁଣି ଶକ୍ତିଶାଳୀ ଭୂମିକମ୍ପ । ଦୋହଲିଲା ତାଇୱାନର ରାଜଧାନୀ ତାଇପେଇ ସିଟି । ଯାହାକି ୯ ମିନିଟ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତିବ୍ରତା ରେକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ତେବେ ସେଠାରେ ଗତ କାଲି ଠାରୁ ୮୦ରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ରାଜଧାନୀ ତାଇପେରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଛି ।
ଏହା ତାଇଓ୍ୱାନର ଗ୍ରାମୀଣ ପୂର୍ବ କାଉଣ୍ଟି ହୁଆଲିନ୍ ଉପରେ ଅଧିକ ଅନୁଭୂତ ହୋଇଛି , ଯେଉଁଠାରେ ଏପ୍ରିଲ ୩ ରେ ୭.୨ ତୀବ୍ରତାର ଭୂମିକମ୍ପରେ ପାଖାପାଖି ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ତାଇୱାନରେ ପାଖାପାଖି ୮୦ରୁ ଅଧିକ ଝଟକା ଅନୁଭୂତ ହେଲାଣି । ବଡ ବଡ କୋଠା ଓ ହୋଟେଲ ଏବେ ବି ଝୁଲି ରହିଥିବା ଦେଖିବାକୁ ମିଳିଛି । ଆଜିକାର ଭୂମିକମ୍ପରେ ୨ଟି ବଡ ବଡ କୋଠା ଭୁଷୁଡି ପଡିଥିବା ସୂଚନା ରହିଥିବାବେଳେ କୌଣସି ଜନଜୀବନ କ୍ଷତି ନେଇ ସୂଚନା ମିଳିନି ।