ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୁଣି ଜଣେ ପାକିସ୍ତାନ ଗୁପ୍ତଚର ଗିରଫ । ଯବାନଙ୍କ ଗତିବିଧିର ସୂଚନା ଦେଉଥିଲେ ଏହି ଗୁପ୍ତଚର । ଯାହାଙ୍କୁ ଗିରଫ କରିଛି ଗୁଜୁରାଟ ଏଟିଏଏସ । ଗୁପ୍ତଚର ଜଣଙ୍କ ହେଉଛନ୍ତି ସିଂ ଗୋହିଲ । ତେବେ ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଉଉଥିବା ଅଭିଯୋଗ ଆସିଛି । ଏହାସହ ବିଏସଏଫ୍ର ଅନେକ ତଥ୍ୟ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି ।ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା । ଆଦିତ ଭରଦ୍ବାଜ ନାମ୍ନୀ ମହିଳା ସହ ସେ ହ୍ୱାଟ୍ସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କହିଥିଲେ ଓ ସେହି ଆଦିତି ପାକିସ୍ତାନର ଏଜେଣ୍ଟ ବୋଲି ସେ ପରେ ଜାଣିବାକୁ ପାଇଥିଲେ ତେବେ ତଥ୍ୟ ଦେବା ପାଇଁ ୪୦ହଜାର ଟଙ୍କାର ଡିଲ୍ ହୋଇଥିଲା । ନିକଟରେ ୧୫ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ ।