ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୯ କୁ ବୃଦ୍ଧି
ରାଜ୍ୟରେ ଓମିକ୍ରନ୍ର ସଂକ୍ରମିତ ବୃଦ୍ଧିକୁ ନେଇ ଆଶଙ୍କା ବୃଦ୍ଧି ପାଉଥିବା ବେଳେ ସରକାର ଧୀରେ ଧୀରେ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଉଛନ୍ତି ।
(ଭୁବନେଶ୍ୱର) : ରାଜ୍ୟରେ ଓମିକ୍ରନ୍ର ସଂକ୍ରମିତ ବୃଦ୍ଧିକୁ ନେଇ ଆଶଙ୍କା ବୃଦ୍ଧି ପାଉଥିବା ବେଳେ ସରକାର ଧୀରେ ଧୀରେ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଉଛନ୍ତି । ତେବେ ଏହାରି ମଧ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ୯ କୁ ବୃଦ୍ଧି ପାଇଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାନୁଯାୟୀ , ଏହି ନୂଆ ଓମିକ୍ରନ୍ ଆକ୍ରାନ୍ତ ଜଣଙ୍କ ନିକଟରେ ୟୁଏଇରୁ ଫେରିଥିଲେ ବୋଲି ଜଣାପଡ଼ିଛି। ଏହି ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ଆଇଏଲ୍ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ଏହା ପୂର୍ବରୁ ଯେଉଁ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେମାନେ ସମସ୍ତେ ମଧ୍ୟ ବିଦେଶରୁ ଫେରିଥିଲେ।