ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିପକ୍ଷରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଉଛି । ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ଏହାରି ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ପାକିସ୍ତାନରୁ ଆମଦାନୀ, ରପ୍ତାନୀକୁ ବନ୍ଦ କରିଛି ଭାରତ । ଯାହା ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ରଣନୀତିକୁ ଧ୍ୟାନରେ ରଖି ମୋଦୀ ସରକାର ପାକିସ୍ତାନକୁ ଆମଦାନୀ ଉପରେ ରୋକ ଲାଗାଇଛନ୍ତି । ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଏହି ନିଷ୍ପତି ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ।
ସୂଚନା ଅନୁଯାୟୀ, ୨୦୨୪ରେ ପାକିସ୍ତାନଠାରୁ ଭାରତର ଆମଦାନୀ ମାତ୍ର ୪୮ଲକ୍ଷ ଡଲାର ରହିଥିଲା । ସୈନ୍ଧବ ଲବଣ, ମୁଲତାନୀ ମିଟ୍ଟି ପରି କିଛି ସାମଗ୍ରୀ ପାକିସ୍ତାନରୁ ମଗାଉଥିଲା ଭାରତ । ଯାହା ଏବେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ । ହେଲେ ଏବେ ଆମଦାନୀ ବନ୍ଦ ହୋଇଯିବା ପାର ଗୋଟିଏ ଝଟକାରେ ପାକିସ୍ତାନ କାଙ୍ଗାଳ ହୋଇଯିବ । ଏହା ସହ ଭାରତରୁ ଯାଉଥିବା ସମସ୍ତ କପା, କେମିକାଲ, ଖାଦ୍ୟ ସାମଗ୍ରୀ, ଔଷଧ ଓ ମସଲା ପାକିସ୍ତାନ ରପ୍ତାନୀ ହେଉଥିଲା । ଏହାସହ ଚା, କଫି, ରଙ୍ଗ, ପିଆଜ, ଟମାଟୋ, ଲୁହା, ଇସ୍ପାତ, ଚିନି, ଲୁଣ ଓ ଅଟୋପାର୍ଟ ପରି ସାମଗ୍ରୀ ମଧ୍ୟ ବନ୍ଧ କରିଦିଆଯାଇଛି ।