ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି ଭାରତ । ଚେନାବ ନଦୀର ବଗଲିହାର ଡ୍ୟାମରୁ ପାକିସ୍ତାନକୁ ଯାଉଥିବା ପାଣିକୁ ଭାରତ ଅଟକାଇଦେଇଛି। ଏହା ସହିତ କିଶନଗଙ୍ଗା ଡ୍ୟାମରୁ ବି ପାକିସ୍ତାନକୁ ଜଳ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି।
୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣଙ୍କ – ଅଧିକାଂଶ ପର୍ଯ୍ୟଟକଙ୍କ – ନିର୍ମମ ହତ୍ୟା ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ଦଣ୍ଡାତ୍ମକ ପଦକ୍ଷେପ ନେଇଛି, ଯେଉଁଥିରେ କୂଟନୈତିକ ସମ୍ପର୍କ ହ୍ରାସ କରିବା, ଭାରତୀୟ ବନ୍ଦରରୁ ପାକିସ୍ତାନୀ ଜାହାଜକୁ ନିଷିଦ୍ଧ କରିବା ଏବଂ ଆମଦାନୀ ବନ୍ଦ କରିବା ଅନ୍ତର୍ଭୁକ୍ତ।