ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। କୁଆମରା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁନଗର ବ୍ଲକ ବିଡ଼ିଓ ପୃଥ୍ୱୀରାଜ ପରିଡା, ଅବସରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକ, ଖୁଣ୍ଟା ଆଇଆଇସି ପଞ୍ଚାନନ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
୨୦୧୮ ମସିହାରୁ ଆରମ୍ଭ ହୋଇ ବିଭିନ୍ନ ସମୟରେ ଦୁସ୍ଥ, ଗରିବ ମାନଙ୍କ ସ୍ୱର ସାଜିଥିବା ଏହି ପ୍ରେସ କ୍ଳବ ର ବିଭିନ୍ନ ସାମାଜିକ କାର୍ଯ୍ୟକୁ ଭୁୟସୀ ପ୍ରସଂଶା କରିଥିଲେ। ଏହା ସହିତ ଉପସ୍ଥିତ ବକ୍ତାମାନେ ଆଜିର ସମାଜରେ ସାମ୍ବାଦିକମାନଙ୍କ ପାଇଁ ଥିବା ଚ୍ୟାଲେଞ୍ଜ ଉପରେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏବଂ ନିଜର ନିଆରା ଶୈଳୀ ଓ ବଳିଷ୍ଠ କାର୍ଯ୍ୟ ପାଇଁ କିଛି ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।