ଶ୍ରୀରାମ ରାଜ୍ୟ ତୈଳିକ ବୈଶ୍ୟ ସମାଜର ପଞ୍ଚଦଶ ସାଧାରଣ ଅଧିବେଶନ ଦୁଇଦିନ ଧରି ଜାଗିଆପଡା ଗ୍ରାମର ବଳଭଦ୍ରପୁର ସାହିରେ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ନଗର ପରିକ୍ରମା ଓ ବୋଇତ ବନ୍ଦାଣ ପରେ ସଭାଗୃହ ଉଦଘାଟନ ହୋଇଥିଲା । ପ୍ରାରମ୍ଭିକ ସଙ୍ଗୀତ, ଶୋକ ପ୍ରସ୍ତାବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଜଳଯୋଗ ପରେ ପିଲାମାନଙ୍କର କୁଇଜ ପରୀକ୍ଷା, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ସହିତ ୮୦ ଜଣ ପିଲାଙ୍କୁ ଶିକ୍ଷାବୃତ୍ତି ମାଧ୍ୟମରେ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ସାଙ୍ଗଠନିକ ନିର୍ବାଚନରେ ବିଭିନ୍ନ ପଦ ପଦାଧିକାରି ମାନଙ୍କୁ ନିର୍ବାଚିତ କରାଯାଇଥିଲା