ଫିରିଙ୍ଗିଆ : ମା ବରାଳି ଯୁବ ପରିଷଦ ବଟାବହାଲି ତରଫରୁ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ୟ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଫିରିଙ୍ଗିଆ ବ୍ଲକର ଉପଦକ୍ଷ ଅଜିତ୍ କୁମାର ସାହୁ ଯୋଗ ଦେଇ ଥିଲେ । ବରନ୍ଧାପୋଡ଼ା ସରପଞ୍ଚ ନିରାକାର ନାୟକ ଉପସ୍ଥିତ ଥିଲେ । ଖଜୁରୀପଡ଼ା ବ୍ଲକର ପୂର୍ବତନ ଅଧକ୍ଷ ବିରେନ୍ଦ୍ର କହଁର, କୁଇରିମାଣ୍ଡୁ ଗ୍ରାମ ପଞ୍ଚାୟତ ସରପଞ୍ଚ ମାଧବ କହଁର, ସମିତ ସଭ୍ୟ ପଞ୍ଚାନନ ଦିଗାଲ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଗୋଲକ ବିହାରୀ କହଁର, ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର, ସମିତି ସଭ୍ୟ ପଞ୍ଚାନନ ନାୟକ, ନାୟକ ସରପଞ୍ଚ ସନ୍ତର ମଲ୍ଲିକ, ସିନେ ତାରକା ଜଳନ୍ଦ୍ର ବେହେରା, କଣ୍ଠ ଶିଳ୍ପୀ ଚନ୍ଦ୍ରମା ନାୟକ, ଅଶୋକ କହଁର, ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା, ମା ବରାଲି ଯୁବ ପରିଷଦର ସହ ସମ୍ପାଦକ ଗଙ୍ଗା ଅରୁଣା କହଁର, ଗୋପୀନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେଜ୍ଝ ଅନୁଷ୍ଠିତ ଦିବସରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟକ୍ରମ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ମୂଖ୍ୟ ଅତିଥି ଅନୁଷ୍ଠିତ କାର୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧରଣ ମାନଙ୍କୁ ଅବଗତ କରିଥିଲେ। ବୈଠକରେ ମା ବରାଳୀ ଯୁବ ପରିଷଦ ବଟାବାହାଲି ର ସଭାପତି ରବି କହଁର ମୂଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ ଅଜୟ ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।