ଝାଡେଶ୍ୱରପୁର ସରକାରୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ..

ସାଲେପୁର:କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଝାଡେଶ୍ୱରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ବାରିକ ଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟ, ମୂଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ସନ୍ତୋଷ କୁମାର ରାଉତ ଯୋଗଦେଇଥିଲେ।

ସଭା ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ବାର୍ଷିକ ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଯୋଗ ଦେଇଥିଲେ।