ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ଫିଜିକ୍ସରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ୱିଡିଶ ଏକାଡେମୀ ତରଫରୁ ପି ଆଗୋସ୍ତିନି, ଫୋରେନ୍ସ କ୍ରୁଜ, ଆନ୍ନି ଏଲ ହୁଲେରଙ୍କ ନାମ ଘୋଷଣା କରାଯାଇଚି । ଅମେରିକା – ଜର୍ମାନୀ- ସ୍ୱିଡେନ ବୈଜ୍ଞାନିକଙ୍କୁ ପୁରସ୍କାର । ରୟାଲ ସ୍ୱିଡିଶ ଏକାଡେମୀ କହିଛି ଯେ ବୈଜ୍ଞାନିକମାନଙ୍କୁ ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ନୋବେଲ ଦିଆଯାଉଛି। ଏକ ପରୀକ୍ଷାମୂଳକ ପ୍ରଣାଳୀ, ଯାହା ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତାର ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍ ପଲ୍ସ ଉତ୍ପନ୍ନ କରିଥାଏ।
ସେହିପରି ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। ଗକ୍ସଘଇ-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।