ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଗତଥର ଭଳି ଚଳିତ ଥର ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ତାରିଖରେ ହେବ । ୮ ତାରିଖରେ ଭୋଟ୍ ଗଣନା କରାଯିବ । ହିମାଚଳ ପ୍ରଦେଶ ସହ ଗୁଜରାଟ ବିଧାନସଭା ଭୋଟ୍ ଗଣତି ଗୋଟିଏ ଦିନରେ କରାଯିବ ।ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଯାହା ସୂଚନା ଦେଇଛନ୍ତି ତାହା ହେଲା ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ନଭେମ୍ବର ୧୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ତାରିଖ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ୨୧ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପତ୍ୟାହାର କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହେବ । ୧୪ ତାରିଖ ସୁଦ୍ଧା ନାମାଙ୍କନ, ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର, କରାଯିବ । ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍ରେ ନିର୍ବାଚନ ହେବ। ମୋଟ୍ ୪.୯କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଭୋଟ୍ ଗ୍ରହଣ ପାଇଁ ୫୧ ହଜାର ୭୮୨ ମତଦାନ କେନ୍ଦ୍ର କରାଯିବ।
ଏଥି ମଧ୍ୟରୁ ୧୨୭୪ଟି ମତଦାନ କେନ୍ଦ୍ର କେବଳ ମଳିଳାମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୮୨ଟି ମତଦାନ କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ୪.୯ କୋଟି ଭୋଟରେ ସେମାନଙ୍କର ମତ ସାବ୍ୟସ୍ତ କରୁଥିବାବେଳେ ୩.୨୪ ଲକ୍ଷ ନୂଆ ଭୋଟର ରହିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୧୪୨ ମଡେଲ ପୋଲିଂ ଷ୍ଟେସନ। ୧୨୭୪ ପୋଲିଂ ଷ୍ଟେସନ କେବଳ ମହିଳା ନିୟୋଜିତ ହେବେ। ୧୨୭୪ଟି ପିଙ୍କ୍ ବୁଥ୍ ହେବ । ପିଙ୍କ୍ ବୁଥରେ କେବଳ ମହିଳା ଅଧିକାରୀ ମୁତୟନ ହେବେ । ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ । କୌଣସି ମତଦାତା ଅଭିଯୋଗ ଆଣିଲେ ୬୦ ମିନିଟ୍ ମଧ୍ୟରେ ଟିମ୍ ଗଠନ କରି ୧୦୦ ମିନିଟ୍ ମଧ୍ୟରେ ଅଭିଯୋଗର ସମାଧାନ କରାଯିବ ।