‘‘ମୁଁ ପାକିସ୍ତାନରେ ଇସଲାମଧର୍ମ ଆପଣାଇଛି ସତ କିନ୍ତୁ ନମାଜ କେବେ ପଢ଼ିନାହିଁ” : ଅଞ୍ଜୁ ଓରଫ୍ ଫତିମା

ନୂଆଦିଲ୍ଲୀ: ଭାରତରେ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଯାଇଥିଲେ ଅଞ୍ଜୁ | ସେଠାରେ ସେ ପ୍ରେମିକଙ୍କୁ ବିବାହ କରି ଇସଲାମ ଧର୍ମ ଆପଣାଇ ନାମ ବଦଳାଇ ଫତିମା ରଖି ଦେଇଥିଲେ। ପରେ ଅନେକ ଦିନ ପାକିସ୍ତାନରେ ରହିବା ଅଞ୍ଜୁ ନିକଟରେ ଭାରତକୁ ଫେରି ଆସିଛନ୍ତି। ଭାରତକୁ ଫେରିବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ ଗଣମାଧ୍ୟମକୁ ସାମ୍ନାକୁ କରି ନଥିଲେ। ସମ୍ପ୍ରତି ଦେଖିବାକୁ ଗଲେ ଅଞ୍ଜୁଙ୍କର ଗୋଟିଏ ପରେ ଗୋଟିଏ ସାକ୍ଷାତକାର ଏବେ ସାମ୍ନାକୁ ଆସୁଛି। ଯେଉଁଥିରେ ‌ସେ ନିଜ ଜୀବନକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି।

ନିକଟରେ ଅଞ୍ଜୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି,‘‘ମୁଁ ଭାରତରୁ ପାକିସ୍ତାନ ଯିବା ପରେ ପରିସ୍ଥିତି ଖରାପ ହୋଇଯାଇଥିଲା। ତେଣୁ ମୋତେ ଭାରତ ଫେରିବାକୁ ସମୟ ଲାଗିଲା। କିନ୍ତୁ ମୁଁ ପାକିସ୍ତାନରେ ଥାଇ ମୋର ପିଲାଙ୍କ ସହିତ କଥା ହେଉଥିଲି। ଧୀରେଧୀରେ ପରିସ୍ଥିତି ଠିକ ହେବାପରେ ମୁଁ ଭାରତ ଫେରିବାକୁ ସ୍ଥିର କରିଥିଲି।’’

‘‘ମୁଁ ପାକିସ୍ତାନରେ ଇସଲାମଧର୍ମ ଆପଣାଇଛି ସତ କିନ୍ତୁ ନମାଜ କେବେ ପଢ଼ିନାହିଁ। କାରଣ ନମାଜ ପଢ଼ିବା ଏତେ ସହଜ ନୁହେଁ। ଏଥିପାଇଁ ସମୟ ଲାଗିବ। କିନ୍ତୁ ସେଠାରେ ଅନ୍ୟମାନେ କ’ଣ କରୁଛନ୍ତି, କେମିତି କରୁଛନ୍ତି ସେସବୁକୁ ମୁଁ ଅନୁକରଣ କରୁଛି। ପାକିସ୍ତାନରେ ଅନେକ ବୁଲିବା ସ୍ଥାନ ଅଛି। ମୁଁ ୪ମାସ ଭିତରେ ପାକିସ୍ତାନରଗୁଡ଼ାଏ ସ୍ଥାନ ବୁଲିଛି। ସେଠାକାର ଲୋକମାନେ ବି ଖୁବ ଭଲ। ସେଠାରେ ‌ମୋତେ କେବେ ବି କୌଣସି ପ୍ରକାର ଅସୁବିଧା ହୋଇ ନାହିଁ ’’ ବୋଲି କହିଛନ୍ତି ଅଞ୍ଜୁ ଓରଫ୍ ଫତିମା।