ବଡଚଣା ବ୍ଲକରେ ତଳଠୁ ତାଳୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ। ଏମ୍. ଏସ. ୱାଇ. ବାଲିଚନ୍ଦ୍ରପୁର ଯୋଜନା ଅର୍ଥାତ ଗର୍ଭବତୀ ଓ କିଶୋରୀ ବାଳିକାମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ଦୁର୍ନୀତି ନେଇ ସଙ୍ଗୀନ ଅଭିଯୋଗ । ମୂଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାରେ ପ୍ରତି ଗର୍ଭବତୀ, ପ୍ରସୂତି ଓ କିଶୋରୀ ବାଳିକାମାନଙ୍କୁ ପ୍ରତି ମାସରେ ଖଜୁରୀ କୋଳି , ଲଡୁ, ମୁଡ଼ି ଓ ଭଜାବୁଟ ଦିଆ ଯାଇଛି । ନିୟମଅନୁସାରେ ଠିକା ନେଇଥିବା ସଂସ୍ଥା ପ୍ରତି ମାସ ଶେଷ ସପ୍ତାହରେ ଅଙ୍ଗନୱାଡି କେନ୍ଦ୍ରରେ ସାମଗ୍ରୀ ପହଞ୍ଚାଇବେ, କର୍ମୀ ମାନେ ପ୍ରତି ମାସ ୧ ତାରିଖରେ ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିବେ। କିନ୍ତୁ ନିୟମକୁ ଫୁ କରି ନିର୍ଦ୍ଧାରିତ ସମୟର ସପ୍ତାହକ ପରେ ବି ଅଙ୍ଗନୱାଡିରେ ପହଞ୍ଚୁନି ଖାଦ୍ୟ ସାମଗ୍ରୀ , ଆଉ ଯାହା ବି ପହଞ୍ଚୁଛି ତାହା ନିମ୍ନ ମାନର ସାଙ୍ଗକୁ ଓଜନରେ କମ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ। ବଡ଼ଚଣା ବ୍ଲକରେ ଦୁଇଟି ୟୁନିଟରେ ତଥା ବଡ଼ଚଣା ଶିଶୁ ସମନ୍ଵୟ କାର୍ଯ୍ୟଳୟ ଅଧୀନରେ ୧୭୭ଟି ଅଙ୍ଗନୱାଡି କେନ୍ଦ୍ର ଓ ବଡଚଣା ଗ୍ରାମୀଣ ଶିଶୁ ସମନ୍ଵୟ କାର୍ଯ୍ୟଳୟ (୨) ବାଲିଚନ୍ଦ୍ରପୁର ଅଧୀନରେ ୧୪୯ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି, ଏହି ସମସ୍ତ ୟୁନିଟର ମୋଟ ୪୩ ଟି ପଞ୍ଚାୟତ ସାଇବାବା ସୋୟଂସହାୟକ ଗୋଷ୍ଠୀ ଏମଏସପିୱାଇ ଯୋଜନାରେ ଖାଦ୍ୟ ସାମଗ୍ରୀ ବଣ୍ଟନ ଦାୟିତ୍ଵ ନେଇଛନ୍ତି ।
ଏ ବାବଦରେ ସରକାର ପ୍ରତି ମାସରେ ଲକ୍ଷାଧିକ ଟଙ୍କା ପ୍ରଦାନ କରୁଛନ୍ତି । ତେବେ ଅନେକ ସ୍ଥାନରେ ସଠିକ ସମୟରେ ଖାଦ୍ୟ ମିଳୁନଥିବା ବେଳେ ଯେଉଁଠିବି ମୁଢ଼ି, ବୁଟ ପ୍ରଦାନ କରାଯାଉଛି ତାହା ନିର୍ଦ୍ଧାରିତ ଓଜନ ଠାରୁ ବହୁତ କମ ରହୁଛି। ସରକାରୀ ନୀୟମରେ ପୌଷ୍ଟିକ ଭେଲ ଅର୍ଥାତ ମୁଢ଼ି, ବାଦାମ ଏବଂ ଚଣାର ମିଶ୍ରଣ ଦେବା ବଦଳରେ କେବଳ ମୁଢ଼ି ଦିଆ ଯାଉଛି ସେହିପରି ବାଦାମ ଲଡ଼ୁ ୬୦୦ ଗ୍ରାମ ଓ ରାଶି ଲଡ଼ୁ ୬୦୦ ଗ୍ରାମ ଦିଆଯିବା ନିୟମ ରହିଥିବା ବେଳେ କେବଳ ବାଦାମ ଲଡ଼ୁ ୪୦୦ ଗ୍ରାମ ଦିଆ ଯାଉଛି ହେଲେ ରାଶି ଲଡ଼ୁ ଦିଆ ଯାଉନାହିଁ। ବୁଟ ପ୍ୟାକେଟରେ ନା ରହୁଛି ଓଜନର ପରିମାଣ ନା ରହିଛି କୌଣସି ତାରିଖ, କେବଳ ବୁଟ ନୁହେଁ ଛତୁଆ, ସୁଝି, ମୁଢି ଆଦି ପ୍ୟାକେଟର ଓଜନ ନିର୍ଦ୍ଧାରିତ ଓଜନ ଠାରୁବି କମ ରହୁଛି। ଯାହା ପ୍ୟାକେଟ ଓଜନର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସବୁ ଯାଞ୍ଚ କରିବାକୁ ପ୍ରତି ୨୦ ରୁ ୨୫ ଟି ଅଙ୍ଗନୱାଡି କେନ୍ଦ୍ର ପାଈଁ ଗୋଟିଏ ଗୋଟିଏ ସୁପରଭାଇଜର ରହିଛନ୍ତି, ବଡ଼ଚଣା ବ୍ଲକରେ ବଡ଼ଚଣା ଶିଶୁ ସମନ୍ଵୟ ବିକାଶ କାର୍ଯ୍ୟଳୟ (୧) ଅଧିନରେ ୬ଟି ସେକ୍ଟର ଥିବା ବେଳେ ୪ ଜଣ ସୁପରଭାଇଜର , ବଡ଼ଚଣା ଗ୍ରାମୀଣ ଶିଶୁ ସମନ୍ଵୟ ବିକାଶ କାର୍ଯ୍ୟଳୟ (୨) ବାଲିଚନ୍ଦ୍ରପୁର ଅଧୀନରେ ୪ଟି ସେକ୍ଟରରେ ୪ଜଣ ସୁପରଭାଇଜର ଅଛନ୍ତି ହେଲେ ସେମାନଙ୍କ ତଦାରଖ କରିବା ନେଇ ତାଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଏ ନେଇ କୁନ୍ଦଳ ପଞ୍ଚାୟତ ହରିପୁର ଗାଁର +୨ ଦ୍ୱିତୀୟ ବର୍ଷର କଳା ବିଭାଗର ଛାତ୍ରୀ ସୁଚିତ୍ରା ସାମଲଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରୁ କିଶୋରୀ ବାଳିକା ଯୋଜନାରେ ପୌଷ୍ଟିକ ଭେଲ୍ (୯୭୦ ଗ୍ରାମ)ବଦଳରେ ୫୦୦ଗ୍ରାମ ସାଧା ମୁଢି ଓ ୧୩୫୦ ଗ୍ରାମ ବୁଟ ବଦଳରେ ୧୦୨୦ ଗ୍ରାମର ବୁଟ ମିଳୁଥିବା ଅନିୟମିତତାକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓଡିଶା, ଜିଲ୍ଲାପାଳ ଯାଜପୁର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଯାଜପୁର ଓ ଶିଶୁ ବିକାଶ ସମନ୍ଵୟ ଅଧିକାରୀଣୀ ବଡ଼ଚଣା ଙ୍କୁ ଇଣ୍ଡିଆନ ପୋଷ୍ଟ ଓ ଜୀମେଲ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ବଡ଼ଚଣା ବ୍ଲକ ଶିଶୁ ବିକାଶ ସମନ୍ଵୟ ଅଧିକାରୀଣୀ ଭାରତୀ ପ୍ରଭା ଭୁଇୟା ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିବା ବେଳେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଦେଶର ଭବିଷ୍ୟତକୁ ମଜବୁତ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅସାଧୁ କର୍ମଚାରୀ ଓ ଠିକା ସଂସ୍ଥା ମିଳିତ ଭାବରେ ଲୁଟ କରି ଚାଲିଛନ୍ତି , ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ତଦନ୍ତ ଓ ଦୁର୍ନୀିଗ୍ରସ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି