ଫିଲ୍ମ ରିଲିଜ ପୂର୍ବରୁ ବଦଳି ଯାଇଛି ବଲିଉଡ ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ

ଫିଲ୍ମ ରିଲିଜ ପୂର୍ବାରୁ ବଦଳି ଯାଇଛି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ । ଅପ୍‌କମିଂ ଫିଲ୍ମ ‘ଥଲାଇଭି’ ପାଇଁ ଆଙ୍ଗ୍ରି ଉମେନ୍‌ରୁ କଙ୍ଗନା ପାଲଟିଗଲେ ସୁଇଟ୍‌ ଗାର୍ଲ।

(ମୁମ୍ବାଇ) : ଫିଲ୍ମ ରିଲିଜ ପୂର୍ବାରୁ ବଦଳି ଯାଇଛି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ । ଅପ୍‌କମିଂ ଫିଲ୍ମ ‘ଥଲାଇଭି’ ପାଇଁ ଆଙ୍ଗ୍ରି ଉମେନ୍‌ରୁ କଙ୍ଗନା ପାଲଟିଗଲେ ସୁଇଟ୍‌ ଗାର୍ଲ।
ଶୁକ୍ରବାର ରିଲିଜ ହେବ ଫିଲ୍ମ ‘ଥଲାଇଭି’। କରୋନା ଯୋଗୁଁ ଏବେବି ମହାରାଷ୍ଟ୍ରରେ ଫିଲ୍ମ ହଲ ସବୁ ବନ୍ଦ ପଡିଛି। ଏଭଳି ସ୍ଥିତିରେ ସର୍ବଦା ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ତାଙ୍କୁ ନରମ ସ୍ୱରରେ ଅପିଲ କରିଛନ୍ତି। ମହାରାଷ୍ଟ୍ରରେ ସିନେମା ଘର ଖୋଲିବା ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ , ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ କଙ୍ଗନା କହିଛନ୍ତି, ‘ମହାରାଷ୍ଟ୍ରରେ ଏବେ କରୋନା ମାମଲା ପ୍ରାୟତଃ କମିଛି। ତେଣୁ ମହାରାଷ୍ଟ୍ର ସରକାରଙ୍କୁ ମୁଁ ଅପିଲ କରୁଛି ଯେ, ଏଠି ସିନେମା ହଲ୍‌ ସବୁ ଖୋଲି ଦିଆଯାଉ। ଲୋପ ପାଇବାକୁ ବସିଥିବା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଥିଏଟର ବିଜେନେସ୍‌କୁ ରକ୍ଷା କରନ୍ତୁ।’ ତାମିଲନାଡୁର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ତିଆରି ଫିଲ୍ମ ‘ଥଲାଇଭି’। ଏଥିରେ କଙ୍କନାଙ୍କୁ ଜୟଲଳିତା ଭୂମିକାରେ ଦେଖିବାକୁ ମିଳିବ। ଏଏଲ୍‌ ବିଜୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ, ମଲୟାଲମ, ତେଲୁଗୁ, କନ୍ନଡ ଆଦି ଭାଷାରେ ରିଲିଜ ହେବ।