ପୁଣି ଅନୁଭୂତ ହେଲା ଭୂକମ୍ପ

ଗୁଜରାଟ : ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ଗୁଜରାଟର କଚ୍ଛରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ପ୍ରଶାସନ ପକ୍ଷରୁ ଜଣାପଡିଛି । ଗାନ୍ଧୀନଗର ସ୍ଥିତ ଆଇଏସଆର ନିଜ ୱେବସାଇଟ୍ରେ ଜଣାଇଛନ୍ତି । ଜିଲ୍ଲାର ଦୁଧାଇ ଗାଁ ଠାରୁ ୧୧ କିମି ଉତ୍ତର-ଉତ୍ତର ପୂର୍ବରେ ଭୂକମ୍ପର କେନ୍ଦ୍ର ସକାଳେ ୬ ଟା ୩୮ରେ ରେକର୍ଡ କରାଯାଇଛି। ଏହାପୂର୍ବରୁ ଜିଲାର ଗାଁ ଠାରୁ ୨୩ କିମି ପୂର୍ବ-ଦକ୍ଷିଣପୂର୍ବରେ ଭୂକମ୍ପର କେନ୍ଦ୍ର ୫ଟା ୧୮ରେ ୩.୨ରେ ତିବ୍ରତାର ଭୂକମ୍ପ ଅନୁଭବ ହୋଇଥିଲା।