କନ୍ଧମାଳ : କୋଟଗଡ ଥାନା ଅନ୍ତର୍ଭୁକ୍ତ ବଣ୍ଡାପିପିଲି ସାପ୍ତାହିକ ହାଟରେ ଠିକାଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କଲେ ମାଓବାଦୀ । ଅଂଚଳରେ ଦୀର୍ଘ ମାସର ନୀରବତା ପରେ ପୁଣି ମାଓବାଦୀ ମାନେ ଦିନ ଦିପ୍ରହରରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବର୍ବରତା ଦେଖାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ରମେଶ ନାୟକ ନାମରେ ଅନେକ ଥର ମାଓବାଦୀ ମାନେ ପୋଷ୍ଟର ଜରିଆରେ ଧମକ ମଧ୍ୟ ଦେଇଥିଲେ ଆଉ ଏବେ ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂଚନାନୁଯାଇ ବଣ୍ଡାପିପିଲିର ରମେଶ ନାୟକ ନାମକ ଯୁବକକୁ ସାପ୍ତାହିକ ହାଟରେ ହାଟ ସୌଦା କରିବା ବେଳେ ଦୁଇ ମାଓବାଦୀଙ୍କ ପକ୍ଷରୁ ଅତର୍କିତ ଗୁଳି କରାଯାଇଥିଲା । ଫଳରେ ରମେଶ ଦୌଡ଼ି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ହତ୍ୟା କରାଯାଇଛି । ଫଳରେ ବଣ୍ଡାପିପିଲି କକୁଆ ଭୟର ବାତାବରଣ ଦେଖାଦେଇଛି ।
ଶବ ଛାଡି ଯାଇଥିବା ସ୍ଥାନରେ ଏକ ହାତଲେଖା ପୋଷ୍ଟର ମଧ୍ୟ ଛାଡିଯାଇଛନ୍ତି ମାଓବାଦୀ । ଉଲ୍ଲେଖ ଅଛି ଯେ ରମେଶ ଜଣେ ଠକ ଠିକାଦାର ଏବଂ ପୋଲିସ ଇନଫର୍ମର ଭାବେ କାମ କରୁଥିଲା ଏଣୁ ତାକୁ ଲାଲ୍ ବାହିନୀ ହତ୍ୟା କରାଯାଇଛି । ଏବଂ ସେହି ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁ ମାନେ ମାଓବାଦୀଙ୍କ ବିରୋଧରେ କାର୍ୟ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ମାଓ ସଙ୍ଗଠନ ।