ଉଲଗ୍ନ ଫଟୋ ନେବା ପାଇଁ ୧୭ ବର୍ଷୀୟ ତରୁଣୀଙ୍କୁ ୩୫,୦୦୦ ପାଉଣ୍ଡ୍ ଦେବା ଅଭିଯୋଗରେ ‘ବିବିସି’ ଷ୍ଟାର୍ ଉପସ୍ଥାପକ ନିଲମ୍ବିତ
ଲଣ୍ଡନ: ଉଲଗ୍ନ ଫଟୋ ନେବା ପାଇଁ ଜଣେ ୧୭ ବର୍ଷୀୟ ତରୁଣୀଙ୍କୁ ‘ଷ୍ଟାର୍’ ଉପସ୍ଥାପକ ୩୫,୦୦୦ ପାଉଣ୍ଡ୍ ଦେବା ଘଟଣା | ନିଲମ୍ବିତ ହେଲେ ‘ବିବିସି’ ‘ଷ୍ଟାର୍’ ଉପସ୍ଥାପକ | ଅର୍ଥ ଦେବା ସମୟରେ ୧୭ ବର୍ଷ ହୋଇଥିବା ଉକ୍ତ ତରୁଣୀଙ୍କ ପରିବାର କହିଛନ୍ତି ଯେ, ସେମାନେ ମେ ୧୯ ତାରିଖରେ ‘ବିବିସି’ରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ ସେ ଉପସ୍ଥାପକ ଟେଲିଭିଜନ୍ରେ କାର୍ଯ୍ୟକ୍ରମ ଉପସ୍ଥାପନ କରୁଥିଲେ।
‘ବିବିସି’ କହିଛି, ପ୍ରଥମେ ମେ ମାସରେ ଆଗତ ଅଭିଯୋଗ ବିଷୟରେ ସେମାନେ ଅବଗତ ଥିଲେ। କିନ୍ତୁ, ଗୁରୁବାର ଦିନ ଉକ୍ତ ଅଭିଯୋଗକୁ ପୁଣି ଥରେ ଭିନ୍ନ ଭାବରେ ଉପସ୍ଥାପନା କରାଯିବାରୁ ଉକ୍ତ ପୁରୁଷ ଉପସ୍ଥାପକଙ୍କୁ ନିଲମ୍ବନ କରାଯାଇଛି। ପୁଲିସ ସହଯୋଗରେ ଅଧିକ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।