ମୁମ୍ବାଇ : କେହିକିଛି ଭାବିବା ଅଗରୁ ହଠାତ ଭୁସୁଡି ପଡିଲା ନିର୍ମାଣଧୀନ ଫ୍ଲାଏ ଓଭର । ମହାରାଷ୍ଟ୍ରର ଚିପଲୁନରେ ମୁମ୍ବାଇ –ଗୋଆ ୪ ଲାଇନ ବିଶିଷ୍ଟ ଏକ ନିର୍ମାଣଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି । ପ୍ରଥମେ ଫ୍ଲାଏ ଓଭରର ଏକ ଅଂଶ ଭୁଶୁଡି ପଡିଥିବା ବେଳେ ପରେ ରାଜପଥର ଏକ ବ୍ଲକ ସମ୍ପୂର୍ଣ୍ଣ ରୂପେ ଭୁଶୁଡି ତଳେ ପଡିଯାଇଛି ।
ସୂଚନା ଅନୁଯାଇ,ଚିପଲୁନରେ ନିର୍ମାଣଧୀନ ମୁମ୍ବାଇ –ଗୋଆ ୪ଲାଇନ ବିଶିଷଷ୍ଟ ରାଜପଥର ଏକ ଖମ୍ବ ପ୍ରଥମେ ଭୁଶୁଡି ପଡିଥିଲା ପରେ ଫ୍ଲାଏ ଓଭରର ଏକ ଅଂଶ ଖସି ପଡିଛି । ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରେ କେହି ମୃତାହତ ହେବାର ଖବର ନାହିଁ। କୋଙ୍କଣ ଅଞ୍ଚଳର ସବୁଠାରୁ ବଡ଼ ଫ୍ଲାଏ ଓଭର ଭୁଶୁଡ଼ି ପଡ଼ିବାରୁ ଏହା ଉପରେ ଥିବା ଏକ କ୍ରେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ରେନ୍ ନିର୍ମାଣ କାର୍ୟ୍ୟରେ ନିୟୋଜିତ ଥିଲା।