୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି

0

ନୂଆଦିଲ୍ଲୀ: ମାସ ଆରମ୍ଭରୁ ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି ହୋଇଛି। ତେବେ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ  IOCL ୱେବସାଇଟରେ ନୂଆ ଦର ନେଇ ସୂଚନା ରହିଛି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୬୯୧.୫୦ଟଙ୍କାରୁ ବଢି ୧୭୪୦ ଟଙ୍କାରେ ପହଞ୍ଚିଛି। ସେହିପରି  ମୁମ୍ବାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୦୫ଟଙ୍କାରୁ ୧୬୪୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା, ତେବେ ଦର ବୃଦ୍ଧି ପରେ ଏହା ୧୬୯୨.୫୦ ଟଙ୍କାରେ ପହଞ୍ଚିଛି।ଜୁଲାଇ ପହିଲାରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଦର ହ୍ରାସକରିଥିଲେ ଏବଂ ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କା ହ୍ରାସ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ମାସରେ ଅର୍ଥାତ୍ ଅଗଷ୍ଟ ୨୦୨୪ ରେ, ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮.୫୦ ଟଙ୍କା ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ମଧ୍ୟ ସିଲିଣ୍ଡର ପିଛା ୩୯ ଟଙ୍କା ବୃଦ୍ଧି କରାଯାଇଥିଲା।