ଲଶ୍କରର ୨ ଆତଙ୍କବାଦୀ ନିପାତ

ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ।

(ଜାମ୍ମୁ କାଶ୍ମୀର) : ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ। ଜାମ୍ମୁ କାଶ୍ମୀରର କୁପୱାଡ଼ାରେ ଏହି ଗୁଳି ବିନିମୟ ହୋଇଛି । କୁପୱାଡ଼ାର ଚକତାରସ କନ୍ଦୀ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଯାହାଫଳରେ ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଲଶ୍କରର ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ଲଶ୍କରର ଆତଙ୍କୀ ତୁଫୈଲ। ସେ ପାକିସ୍ତାନରେ ରୁହେ। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

 

ସୂଚନାନୁଯାୟୀ , କାଶ୍ମୀର ଘାଟୀରେ ଗତ ୧୨ ଘଣ୍ଟା ମଧ୍ୟରେ ଏହା ଦ୍ଵିତୀୟ ଏନକାଉଣ୍ଟର। ଏହା ପୂର୍ବରୁ ସୋମବାର ସନ୍ଧ୍ୟାରେ ଉତ୍ତର କାଶ୍ମୀର ବାରାମୂଳା ଜିଲ୍ଲାର ସୋପୋରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ଲଶ୍କର-ଏ-ତୈଇବାର ଜଣେ ଆତଙ୍କବାଦୀ ନିପାତ ହୋଇଥିଲା।