ଡ଼େରାଡ଼ୁନରେ ଅମିତ ଶାହା

ନୂଆଦିଲ୍ଲୀ: ଡ଼େରାଡ଼ୁନରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ‘ ଘାସିୟାରୀ କଲ୍ୟାଣ ଯୋଜନା’ ର ଶୁଭାରମ୍ଭ କରିଛନ୍ତି । ଏହାପରେ ଶାହା ଏକ ଆୟୋଜିତ ରାଲିରେ ଯୋଗ ଦେଇ କଂଗ୍ରେସ ଉପରେ ତୃଷ୍ଟିକରଣର ଅଭିଯୋଗ ଆଣିଛନ୍ତି ଶାହା । ଶାହା କହିଛନ୍ତି କି ଦେବଭୂମି ରଚନା କରିବାର କାମ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କରିଥିଲେ । ଉତ୍ତରଖଣ୍ଡକୁ ରାଜ୍ୟର ମାନ୍ୟତା ଦାବି କରୁଥିବା ଯୁବକଙ୍କ ଉପରେ କିଏ ଗୁଳି ଚଳାଇଥିଲା ବୋଲି ପ୍ରଶ୍ନ କରିଥଲେ ଶାହା । ଆଗକୁ ବିଧାନସଭା ନିର୍ବାଚନ ଆସୁଛି ଓ ପୁଣି ଉତ୍ତରାଖଣ୍ଡରେ ବିଜେପି ସରକାର କରିବା ବୋଲି ଶାହା ଦାବି କରି କଂଗ୍ରେସ କେବେ ଲୋକଙ୍କ କଲ୍ୟାଣ ପାଇଁ କାମ କରେ ନାହିଁ ବୋଲି ଲୋକଙ୍କୁ ବୁଝାଇଥିଲେ । ଅନ୍ୟପଟେ ଉତ୍ତରଖଣ୍ଡର ବିକାଶ ବିଜେପି ଶାସନ କାଳରେ ଆରମ୍ଭ ହୋଇଛି ବୋଲି ଦାବି କରିବା ସହ ଏହାର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଇଛନ୍ତି ।