ନୂଆଦିଲ୍ଲୀରେ ୪୫ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କୋରୋନା

(ରିପୋଟର୍ସ ଟୁଡେ/ନୂଆଦିଲ୍ଲୀ): ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହା ସହ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ୍ମୀ ନଗରରେ ଥିବା କ୍ୟାଟ୍ସ ଆମ୍ବୁଲାନ୍ସ ୧୦୨ର ୪୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେଠାକାର ୮୦ଜଣ କର୍ମଚାରୀଙ୍କ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୫ ଜଣ କରୋନ ପଜିଟିଭ ଥିବା ଜଣାପଡିଛି । ଖବର ଅନୁଯାୟୀ, ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୪୪୮ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡଛି । ଆଶ୍ଚର୍ୟ୍ୟର କଥା, ମାତ୍ର ୬ଦିନ ମଧ୍ୟରେ ୨୦୦୦ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରୋଗୀଙ୍କୁ କ୍ୟାଟ୍ସ ଆମ୍ୱୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନିଆଯାଉଥିଲା। ସେହି ସଂସ୍ଥାର କିଛି ଅଧିକାରୀଙ୍କ ପରିବାର ମଧ୍ୟ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି