ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସିଇଓ ପଦ ଛାଡ଼ିଲେ

ନ୍ୟୁୟର୍କ : ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସିଇଓ ପଦ ଛାଡିଛନ୍ତି । ଏବଂ ନିଜର ଏହି ସିଇଓ ପଦ କୁ ଆଣ୍ଡି ଜେସିଙ୍କୁ ହସ୍ତାନ୍ତର କରିଛନ୍ତି । ଆମାଜନକୁ ୧.୭୫ ଟ୍ରିଲିୟନ୍ ଡଲାର ବିଶିଷ୍ଟ କମ୍ପାନୀରେ ପରିଣତ କରିଥିବା ଜେଫ ବେଜୋସ୍ ପାଖାପାଖି ୩ ଦଶନ୍ଧି ପରେ ସିଇଓ ପଦ ଛାଡିଛନ୍ତି । ସିଇଓଙ୍କ ସ୍ଥାନ ନେଇଛନ୍ତି ଆମାଜନ୍ର କ୍ଲାଉଡ୍ କମ୍ପ୍ୟୁଟିଂ ବାଣିଜ୍ୟ ସମ୍ଭାଳୁଥିବା ଆଣ୍ଡି ଜେସି । ଯଦିଓ ସେ ସିଇଓ ପଦ ଛାଡିଛନ୍ତି କିନ୍ତୁ ସେ କାର୍ଯ୍ୟକାରି ଅଧ୍ୟକ୍ଷ ଭାବେ ରହିବେ ।

ସିଇଓ ଭାବେ ଗତବର୍ଷ କମ୍ପାନୀ ବାର୍ଷିକ ବୈଠକରେ ବେଜୋସ୍ କହିଥିଲେ, ଧରିତ୍ରୀକୁ ଅନ୍ତରୀକ୍ଷରୁ ଦେଖିଲେ ନିଜ ଭିତରେ ପରିବର୍ତ୍ତନ ଆସେ। ମୁଁ ଏହି ଉଡ଼ାଣରେ ସାମିଲ ହେବାକୁ ଚାହୁଁଛି। ଏହା ଏମିତି ଏକ ରୁଚି ମୁ ସବୁବେଳେ କରିବାକୁ ଭାବିଛି। ଏହା ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଜେଫ୍ ବେଜୋସ୍ କହିଥିଲେ। ଏହା ପୂର୍ବରୁ ଫେବୃଆରୀରେ ସେ କହିଥିଲେ, ଅନ୍ୟ କାର୍ୟ୍ୟକୁ ଅଧିକ ସମୟ ଦେବା ପାଇଁ ଏବଂ ନିଜ କମ୍ପାନୀ ବ୍ଲୁ ଅରିଜିନ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଆମାଜନ୍ର ସିଇଓ ପଦ ଛାଡ଼ିବାକୁ ଚାହୁଁଛନ୍ତି। ଏହା ସହ ଜେଫ୍ ବେଜୋସ୍ ଅନ୍ତରୀକ୍ଷ ଯାତ୍ର କରିବେ। ତାଙ୍କର ଏହି ଉଡ଼ାଣ ୨୦ ଜୁଲାଇରେ ଆରମ୍ଭ ହେବ।