ସାମୟିକ ଭାବେ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପାଗ ଖରାପ ହୋଇଥିବାରୁ ଯାତ୍ରାକୁ ସ୍ଥଗତ ରଖାଯାଇଥିବା କୁହାଯାଉଛି । ଯାତ୍ରା ସ୍ଥଗିତ ହେବାରୁ ପ୍ରାୟ ୬ହଜାର ଶ୍ରଦ୍ଧାଳୁ ରାମବନରେ ଫଶି ରହିଥିବା କୁହାଯାଉଛି । ପ୍ରବଳ ବର୍ଷା ହେବା ଫଳରେ ଭକ୍ତ ମାନେ ଆଗକୁ ଯାତ୍ରା କରିପାରୁ ନାହାନ୍ତି । ଏନେଇ ଯାତ୍ରୀ ମାନଙ୍କର ଯେପରି କୌଣସି ସମସ୍ୟା ନହେବ ସେଥିପ୍ରତି ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ନେଇଛି । ତେବେ ଜୁଲାଇ ୧ତାରିଖରେ ଆମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୩୧ରେ ଶେଷ ହେବାକୁଯାଉଛି ।