ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଦେଲେ ଇସ୍ତପା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାଙ୍କୁ ମିଳିଥିବା ଦାୟିତ୍ୱ ଶେଷ ହେବାକୁ ଆହୁରି ୭ ମାସ ବାକି ଥିବା ବେଳେ ସେ ଏପରି ପଦକ୍ଷେପ ନେଇଛନ୍ତି। ଗତବର୍ଷ ଫେବୃୟାରୀ ମାସରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଅମରଜିତଙ୍କୁ ମିଶାଇଲେ ଚଳିତ ବର୍ଷ ଏହା ଦ୍ଵିତୀୟ ଇସ୍ତଫା ହେବ କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ଇସ୍ତଫା ଦେଇଥିଲେ । ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା ଗତ ମାର୍ଚ୍ଚ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେ କାହିଁକି ଇସ୍ତଫା ଦେଲେ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବାର କୁହାଯାଇଥିଲା ।