ଅମନ ଶେରାୱତ କଲେ ରେକର୍ଡ : ୧୦ ଘଣ୍ଟାରେ କମାଇଲେ ୪କେଜି ଓଜନ

ଭୁବନେଶ୍ୱର : କୁସ୍ତିରେ ଭାରତ ଜିତିଛି ବ୍ରୋଞ୍ଜ । ଯେଉଁ ଓଜନ ପାଇଁ ଭୀନେଶ ଫୋଗଟ ଖେଳରୁ ବଂଚିତ ହେଲେ । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ସ୍ଵର୍ଣ ପଦକ ହାତ ପାଖରୁ ଖସିଯାଇଥିଲା । କିନ୍ତୁ ଅନ୍ୟ ପକ୍ଷରେ ଆଉ ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଏହି ଅଜାଙ୍କୁ ନେଇ ବିବାଦ ଥମିନଥିବା ବେଳେ ଅମନ ଶେରାୱତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କୁସ୍ତିରେ ଭାରତ ପାଇଁ ବ୍ରୋଞ୍ଜ ହାସଲ କରିଥିବା ଅମନ ଶେରାୱତ ମାତ୍ର ୧୦ ଘଣ୍ଟାରେ ୪ କେଜି ୬ଶହ ଓଜନ ହ୍ରାସ କରିଥିବା ଜଣାପଡିଛି । ଏଥିପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡିଥିଲା ।

ସୂଚନା ଯୋଗ୍ୟ ଯେ, ଅମନ ଶେରାୱତ ୫୭ କେଜି ବର୍ଗରେ କୁସ୍ତି ଲଢୁଥିଲେ । କିନ୍ତୁ ସେମିଫାଇନାଲ ମ୍ୟାଚ ପରେ ଅମନଙ୍କ ଓଜନ ୬୧ କେଜିକୁ ବୃଦ୍ଧି ପାଇଥିଲା । ଫଳରେ ତୁରନ୍ତ ତାଙ୍କୁ ଓଜନ କମାଇବା ଆବଶ୍ୟକ ପଡିଥିଲା । ତେଣୁ ବ୍ରୋଞ୍ଜ ପଦକ ମ୍ୟାଚ ପୂର୍ବରୁ କୋଚ ଓ ଫିଜିଓଙ୍କୁ ପରାମର୍ଶକ୍ରମେ କଠିନ ପରିଶ୍ରମ କରି ମାତ୍ର ୧୦ ଘଣ୍ଟାରେ ୪କେଜି ଓଜନ ହ୍ରାସ କରିଥିଲେ ।