ଫିଲ୍ମ ‘ପୁଷ୍ପା ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ

ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପରେ ବେଶ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ।

(ମୁମ୍ବାଇ) : ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପରେ ବେଶ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ । ତାଙ୍କ ଏହି ଫିଲ୍ମ ପରେ ସେ ନେସନାଲ ହିରୋ ପାଲଟିଯାଇଛନ୍ତି । ନିକଟରେ ଅଲ୍ଲୁ ଅର୍ଜୁନଙ୍କୁ ସ୍ପଟ୍ କରାଯାଇଛି, ସେ ପୂର୍ବ ଅପେକ୍ଷା ବହୁତ ମୋଟା ଦେଖାଯାଉଛନ୍ତି। ତାଙ୍କର ଓଜନ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। କୁହାଯାଉଛି ଅଲ୍ଲୁ ବର୍ତ୍ତମାନ ‘ପୁଷ୍ପା ୨’ ପାଇଁ ସୁଟିଂ କରୁଛନ୍ତି। ଫ୍ୟାନ୍ସ ଅଭିନେତାଙ୍କୁ ଏକ ବ୍ଲୁ ଟି-ସାର୍ଟ ଏବଂ କଳା ଟ୍ରାଉଜରରେ ଦେଖି ଆନନ୍ଦିତ ହୋଇଥିବାବେଳେ ୟୁଜର୍ସ ତାଙ୍କ ମୋଟାପଣକୁ ନେଇ ତାଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି।

ପୁଷ୍ପାଫିଲ୍ମରେ ଏପରି କେହି ନାହାଁନ୍ତି ଯିଏକି ଅଲ୍ଲୁଙ୍କୁ ନେଗେଟିଭ୍ କମେଣ୍ଟ ଦେଇଛନ୍ତି । କିନ୍ତୁ ଏବେ ଅଭିନେତାଙ୍କର କିଛି ନୂଆ ଫଟୋ ସାମ୍ନାକୁ ଆସିଛି। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟାର୍ଗେଟ୍ କରିଛନ୍ତି।

କେହି କେହି ଅଲ୍ଲୁ ଅର୍ଜୁନଙ୍କୁ ବୁଢା କହୁଥିବା ବେଳେ ଆଉ କେହି ତାଙ୍କୁ ‘ଭଡା ପାଓ’ ବୋଲି କହୁଛନ୍ତି। ଜଣେ ୟୁଜର ସମସ୍ତ ସୀମା ଅତିକ୍ରମ କରି ଲେଖିଛନ୍ତି, ‘ୟେ ତ ରାସ୍ତା କଡର ଚୋର ପରି ଲାଗୁଛି ଏବଂ ସାଉଥ ଲୋକ ଏହି ଭିକାରୀ ପାଇଁ ପାଗଳ।’ ଅନେକ ଜଣେ ୟୁଜରେ ଲେଖିଛନ୍ତି ‘ମୋଟା ଭାଇ’। ସମସ୍ତେ ଅଲ୍ଲୁ ଅର୍ଜୁନଙ୍କ ଓଜନ ବୃଦ୍ଧି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ‘ପୁଷ୍ପା ୨’ ପାଇଁ ସେ ପ୍ରକୃତରେ ଓଜନ ବଢାଇଛନ୍ତି କିମ୍ବା ଅନ୍ୟ କିଛି କାରଣ ରହିଛି, ଏହା କେବଳ ଆଗାମୀ ସମୟରେ ହିଁ ଜଣା ପଡିବ।