ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦରେ ASI ସର୍ଭେକୁ ନେଇ ଆହ୍ଲାବାଦ ଜିଲ୍ଲା ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଅଞ୍ଜୁମାନ ଇନ୍ତଜାମିନ ମସଜିଦ କରିଥିବା ଆବେଦକୁ ଖାରଜ କରି ଜ୍ଞାନବାପୀ ମସଜିଦରେ ASI ସର୍ଭେକୁ ସ୍ୱିକୃତି ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ଗତ ୨୭ ତାରିଖ ଯାଏ ସର୍ଭେ ଉପରେ ଲାଗିଥିବା ରୋକକୁ ଆଜି ଯାଏ ବୃଦ୍ଧି କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବର୍ତ୍ତମାନ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଆବେଦନ ଉପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି ଅଦାଲତ ।ଜ୍ଞାନବାପୀ ମସଜିଦ ଭଗ୍ନ ମନ୍ଦୀର ଉପରେ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ହିନ୍ଦୁ ପକ୍ଷ । ଅନ୍ୟପଟେ ମୁସଲିମ ପକ୍ଷ ଏହାକୁ ମସଜିଦ ବୋଲି ଦାବି କରିଛନ୍ତି । ତେବେ ଏହି ଅଭିଯୋଗରେ କେତେ ମାତ୍ରାରେ ସତ୍ୟ ତାହା ଜାଣିବା ପାଇଁ ଏହି ସର୍ଭେର ଆବଶ୍ୟକତା ରହିଛି ।
ଜିଲ୍ଲା ଜର୍ଜ ଶୁକ୍ରବାର ଦିନ ମସଜିଦ ପରିସରରେ ASI ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ASI ଟିମ ସର୍ଭେ ପାଇଁ ମସଜିଦରେ ପହଞ୍ଚିଥିଲେ କିନ୍ତୁ ମୁସଲିମ ପକ୍ଷ ଏହି ସର୍ଭେ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ଯାହା ଫଳରେ ପୁଣି ସର୍ଭେ ଉପରେ ଦୁଇ ଦିନ ରୋକ ଲଗାଇଥିଲେ । ଏବଂ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଏହା ପରେ ମୁସଲିମ ପକ୍ଷ ହାଇକୋର୍ଟରେ ମାମଲା ନେଇ ଆବେଦନ କରିଥିଲେ । ଶୁଣାଣି ପରେ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।