RI, ଅମିନ ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀ ପ୍ରଲିମ ପାସ୍ କରିଛନ୍ତି । RI, ICDS ସୁପର ଭାଇଜର, ARI, ଅମିନ ପରୀକ୍ଷା ଦେଇଥିବା ସମସ୍ତେ ପାସ । ଏନେଇ osssc ପକ୍ଷରୁ ଜାରି ହେଲା ସୂଚନା । ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମ । ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତେ ଦେଇପାରିବେ ମେନ୍ ପରୀକ୍ଷା । କେବଳ ପ୍ରିଲିମରେ କପି କରି ଧରାପଡିଥିବା ୯ ଜଣ ମେନ ଦେଇପାରିବେନି । କେବେ ମୁଖ୍ୟ ପରୀକ୍ଷା ହେବ ତାହା ପରେ ସୂଚନା ଦିଆଯିବ ବୋଲି osssc ପକ୍ଷରୁ ସୂଚନା ରହିଛି ।