ରାଉଡୀ ରାଠୋର 2ରୁ ବାଦ ପଡିଛନ୍ତି ଅକ୍ଷୟ

ଅକ୍ଷୟଙ୍କ ଚର୍ଚ୍ଚିତ ଚ୍ଚଳଚିତ୍ର ରାଉଡୀ ରାଥୋଡରୁ ବାଦ ପଡିଛନ୍ତି ଅକ୍ଷୟ । ୨୦୧୨ ରେ ଆସିଥିବା ଅକ୍ଷୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଉଡି ରାଠୋଡ’ ର୍ଯେଁଠାରେ ଅକ୍ଷୟ ଦମଦାର ଆକ୍ଟିଙ୍ଗ ଦେଖାଇ ଲୋତଙ୍କୁ ମନ କିଣିଥିଲେ । ଏଥିରେ ଅକ୍ଷୟ ଆଙ୍ଗ୍ରୀ ୟଙ୍ଗମ୍ୟାନ୍ ଚରିତ୍ରରେ ଏକ ଭିନ୍ନ ଛାପ ଛାଡିଥିଲେ। ଫିଲ୍ମ ଏତେ ଲୋକପ୍ରିୟ ହେଲା ଯେ ଏହାର ସଂଳାପ- ‘ଡୋଣ୍ଟ୍ ଆଙ୍ଗ୍ରୀ ମି’ ଲୋକଙ୍କ ଜିଭରେ ରହିଗଲା। ତେବେ ‘ରାଉଡୀ ରାଠୋର’ର ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାରଙ୍କୁ ଛାଡି ଅନ୍ୟ କୌଣସି ଅଭିନେତାଙ୍କ ବିଷୟରେ ଭାବିବା ଅତ୍ୟନ୍ତ କଷ୍ଟକର କାମ।
ରାଉଡୀ ରାଠୋର’ ପ୍ରଭୁ ଦେବଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏହାର ନିର୍ମାତାରେ ସଞ୍ଜୟ ଲୀଲା ଭନ୍ସାଲୀ ସାମିଲ୍ ଥିଲେ। ଏବେ ସଞ୍ଜୟ ଏବଂ ଶବିନା ଖାନ ଏହି ଫିଲ୍ମର ସିକ୍ୱେଲ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଅନିସ୍ ବାଜମି ଏହାର ନିର୍ଦ୍ଦେଶନା ଦେବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଥର ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ନାହିଁ ।’ରାଉଡୀ ରାଠୋର ୨’ର ନିର୍ମାତା ‘ଶର୍ଶାହା’ ଫେମ୍ ସିଦ୍ଧାର୍ଥ ମଲହୋତ୍ରାଙ୍କ ରାଉଡୀ ଅବତାର ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଷୟ ଫିଲ୍ମର ସିକ୍ୱେଲ୍ରେ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ଏଥିସହ ଏହାର ଅନ୍ୟଏକ କାରଣ ହେଉଛି ଅକ୍ଷୟ କୁମାରଙ୍କ ଗତ ବର୍ଷର ୫ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହୋଇଛି। ଏନେଇ ତାଙ୍କୁ ମେକର୍ସମାନେ ହୁଏତ ସେମାନଙ୍କ ପ୍ରୋଜେକ୍ଟରେ ନେବାକୁ ଚାହୁଁ ନାହାନ୍ତି।