FIH ହକି ମହିଳା ଜୁନିୟର ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ର ଝିଅ ଅଜମିନା କୁଜୁର ମନୋନୀତ

ଭୁବନେଶ୍ୱର: FIH  ୨୦୨୨ରେ ଓଡ଼ିଶା ପାଇଁ ଗୌରବ ଆଣିପାରେ ସୁନ୍ଦରଗଡ଼ର ଝିଅ। ୨୦୨୨ ମସିହା ଏପ୍ରିଲ ୧ ରୁ ଦକ୍ଷିଣ ଆଫ୍ରିକାରେ FIH ହକି ମହିଳା ଜୁନିୟର ବିଶ୍ୱକପ ଆରମ୍ଭ ହେବ । ତେବେ ଏହି ମ୍ୟାଚ ପାଇଁ ଓଡିଶାର ଅଜମିନା କୁଜୁର ଜୁନିଅର ଭାରତୀୟ ମହିଳା ହକି ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି | ଏନେଇ ଓଡିଶା ସ୍ପୋର୍ଟସର ଅଫିସିଆଲ ଟ୍ୱିଟର ପେଜରେ ଟ୍ୱିଟ ଜରିଆରେ ଏହି ସୂଚନା ଦିଆଯାଇଛି । ଜୁନିୟର ବିଶ୍ଵକପରେ ଖେଳିବା ପାଇଁ ଚୟନ ହେବା ପରେ ସେ ତାଙ୍କର ପ୍ରସ୍ତୁତି ଏବଂ ଦଳର ଆକାଂକ୍ଷା ବିଷୟରେ ଜଣାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଜୁନିୟର ମହିଳା ବିଶ୍ୱକପ ପାଇଁ ତାଙ୍କ ଚୟନକୁ ନେଇ ସେ ବେଶ୍ ଖୁସି ଅଛନ୍ତି । ପ୍ରାୟ ୧ ମାସ ହେବ ସେ କଳିଙ୍ଗ ଷ୍ଟାଡିୟମର ପ୍ରାକ୍ଟିସ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, FIH ହକି ବିଶ୍ୱକପରେ ପୁରୁଷ ହକି ଦଳର ପ୍ରଦର୍ଶନକୁ ସେ ପ୍ରଶଂସା କରିବା ସହ ତାଙ୍କଠାରୁ ଆମେ ବହୁତ କିଛି ଶିଖିବା । ଆମର ଆଶା ରହିଛି କି, ଆମେ ବିଶ୍ୱକପ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହ ନିଶ୍ଚୟ ବିଜୟ ହୋଇ ଫେରିବୁ ।