ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଜଡିତ ଏକ ଭିଡି ଭିଡିଓ ଭାଇ ଭାଇରାଲ ହେବା ପରେ ବିବାଦ ଏତେ ବୃଦ୍ଧି ପାଇଛି ଯେ ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିଛି। ପ୍ରକୃତରେ, ଏନସିପି ପି ମୁଖ୍ୟ ଅଜିତ ପାୱାରଙ୍କ ଏକ ଭିଡିଓ ସମ୍ପ୍ରତି ସାମ୍ନାକୁ ମ୍ନାକୁ ଆସିଛି ଯେଉଁଥିରେ ସେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କ ସହ କଥା ହେଉଥିଲେ ଓ ଏହି ସମୟରେ ଅଜିତ ପାୱାର ମହିଳା ଆଇପିଏସ ଅଧିକାରୀଙ୍କୁ ବେଆଇନ ଖନନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଶିବସେନା ଗୋଷ୍ଠୀ ଏଥିପାଇଁ ଅଜିତ ପାୱାରଙ୍କ ଇସ୍ତଫା ଦାବି କରିଛି।
ବିବାଦ ବଢ଼ିବା ସହିତ, ଅଜିତ ପାୱାର ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ସେ ଆଇନଗତ କାର୍ୟ୍ୟାନୁଷ୍ଠାନରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହାଁନ୍ତି। ଅଜିତ ପାୱାର ଲେଖିଛନ୍ତି “ସୋଲାପୁରରେ ପୋଲିସ ଅଧିକାରୀଙ୍କ ସହ ମୋର ଆଲୋଚନା ସହିତ ଜଡିତ କିଛି ଭିଡିଓ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରାଯାଇଛି । ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ମୋର ଉଦ୍ଦେଶ୍ୟ ଆଇନ ପ୍ରବର୍ତ୍ତନରେ ହସ୍ତକ୍ଷେପ କରିବା ନୁହେଁ, ବରଂ ପରିସ୍ଥିତି ଶାନ୍ତ ରହିବା ଏବଂ ଆହୁରି ଖରାପ ନହେବା ନିଶ୍ଚିତ କରିବା ।”
ପାୱାର ଆହୁରି ଲେଖୁଛନ୍ତି ଯେ ତାଙ୍କର ମହିଳା ଅଧିକାରୀମାନଙ୍କ ପ୍ରତି ଅପାର ସମ୍ମାନ ଅଛି । ସେ ଲେଖିଛନ୍ତି, “ମୁଁ ପୋଲିସ ବାହିନୀ ଏବଂ ଏହାର ଅଧିକାରୀମାନଙ୍କ ପ୍ରତି ବହୁତ ସମ୍ମାନ କରେ, ଯେଉଁଥିରେ ମହିଳା ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ମୁଁ ଆଇନର ଶାସନକୁ ସବୁକିଛି ଉପରେ ଗୁରୁତ୍ବ ଦିଏ । ବାଲି ଖଣି ସମେତ ପ୍ରତ୍ୟେକ ବେଆଇନ କାର୍ୟ୍ୟକଳାପକୁ ଆଇନ ଅନୁଯାୟୀ କଠୋର ଭାବରେ ମୁକାବିଲା କରିବା ପାଇଁ ମୁଁ ଦୃଢ଼ ପ୍ରତିବଦ୍ଧ।”