ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର ହେଲେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନର ନୂତନ ଅଧ୍ୟକ୍ଷ

ନୂଆଦିଲ୍ଲୀ-: ପୂର୍ବତନ ପ୍ରତିରକ୍ଷା ସଚିବ ଅଜୟ କୁମାର ହେଲେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି)ର ନୂତନ ଅଧ୍ୟକ୍ଷ । ଏପ୍ରିଲ ୨୯ ତାରିଖରେ ପ୍ରୀତି ସୁଦାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲିପଡ଼ିଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିବା ପରେ ଅଜୟ କୁମାର ୟୁପିଏସସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ।

୧୯୮୫ମସିହା ବ୍ୟାଚ୍ ର କେରଳ କ୍ୟାଡର୍ ଅବସରପ୍ରାପ୍ତ ଆଇଏଏସ୍ ଅଜୟ କୁମାର ପ୍ରତିରକ୍ଷା ସଚିବ ଭାବେ ୨୦୧୯ ଅଗଷ୍ଟ ୨୩ରୁ ୨୦୨୨ ଅକ୍ଟୋବର ୩୧ ଯାଏ କାର୍ଯ୍ୟ କରିଥିଲେ । ଅଜୟ କୁମାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) କାନପୁରରୁ ବୈଦ୍ୟୁତିକ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ, ସେ ଆମେରିକାର ମିନେସୋଟା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ସହିତ ବ୍ୟବସାୟ ପ୍ରଶାସନରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।