ମୁମ୍ବାଇ: ଏଶ୍ୱର୍ଯ୍ୟାଙ୍କ ମୁହଁରେ ସଲମାନଙ୍କ କଥା । କେଉଁ କାରଣରୁ ତାଙ୍କ ପ୍ରେମ ସମ୍ପର୍କ ଭାଙ୍ଗିଥିଲା ସେ ନେଇ ମୁହଁ ଖୋଲିଛନ୍ତି ଏଶ୍ୱର୍ଯ୍ୟା । ବହୁ ବର୍ଷ ପରେ ବିଶ୍ୱ ସୁନ୍ଦରୀ ଏଶ୍ୱର୍ଯ୍ୟା ରାୟ ସତ ଉଗାରିଛନ୍ତି । ଏକ ସାକ୍ଷାତାକରରେ ଏଶ୍ୱର୍ଯ୍ୟା କହିଛନ୍ତି,ସଲମାନ ମୋତେ ସନ୍ଦେହ କରୁଥିଲେ । ଏବଂ ପ୍ରତାରଣାର କଥା କହିଥିଲେ ଏଶ୍ୱର୍ଯ୍ୟା । ଏକଥା ଜାଣିବା ପରେ ସଲମାନଙ୍କ ସହ ସେ ସମ୍ପର୍କ ଛିହ୍ନ କରିଥିଲେ । ଏଶ୍ୱର୍ଯ୍ୟାଙ୍କ ମୁହଁରୁ ତାଙ୍କ ପୂର୍ବତନ ପ୍ରେମିକ ସଲମାନଙ୍କ ନାଁ ଶୁଣି ଦର୍ଶକ ବେଶ ପସନ୍ଦ କରିବା ସହ ତାଙ୍କ ସାଉଁଟିଛନ୍ତି । ଏଶ୍ୱର୍ଯ୍ୟାଙ୍କ ଭିଡିଓ ସୋସିଆଲ ମେଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ସଲମାନ ଖାନଙ୍କ ସହ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କକୁ ନେଇ ଅତୀତରେ ଖୁବ୍ ଚର୍ଚ୍ଚା ହୋିଥିଲା ।
୧୯୯୯ରେ ସଂଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ’ରେ କାମ କରୁଥିବାବେଳେ ଦୁହେଁ ପ୍ରେମରେ ପଡିଥିଲେ । ପ୍ରଶଂସକମାନେ ଉଭୟ ବିଷୟରେ ଛୋଟ ଛୋଟ କଥା ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ସଲମାନ-ଏଶ୍ୱର୍ଯ୍ୟାଙ୍କ ଯୋଡି ଏକାଧିକ ଫିଲ୍ମରେ ଦେଖିବାକୁ ମିଳିଥିଲା । ହେଲେ ଭଲ ସମୟ ଅଧିକ ଦିନ ରହିନଥିଲା । ଉଭୟଙ୍କ ମଧ୍ୟରେ ଦୂରତା ବଢିଥିଲା । ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କରେ ଆସୁଥିବା ଖବରକୁ ନେଇ ଏଶ୍ୱର୍ଯ୍ୟା ପିତାମାତା କ୍ରୋଧିତ ହେଉଥିଲେ । ସେମାନେ ସଳମାନଙ୍କୁ ପସନ୍ଦ କରୁନଥିଲେ । ଏହାପରେ ଏଶ୍ୱର୍ଯ୍ୟା ସଲମାନଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିଲେ ।