ଏମ୍ସ କର୍ମଚାରୀ ହତ୍ୟା; ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଅଟକ

AIIMS Worker Death: ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ ହୋଇଛି ସୁଧାଂଶୁ । ଗତ ମାସ ୧୩ତାରିଖରେ ସୁଧାଂଶୁଙ୍କୁ ପଏଣ୍ଟ ବ୍ୟାଙ୍କରୁ ଗୁଳି କରିଥିଲା ଅଭିଯୁକ୍ତ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଏବେ ବନ୍ଧା ହୋଇଛି ସଦାଶିବ ପ୍ରଧାନ ଓରଫ ଶିବା ।

ତେବେ, ଅକ୍ଟୋବର ୧୩ ତାରିଖରେ ସୁଧାଂଶୁଙ୍କୁ ପଏଣ୍ଟ ବ୍ୟାଙ୍କରୁ ଗୁଳି କରିଥିଲା ଅଭିଯୁକ୍ତ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା । ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏବେ ସଦାଶିବ ପ୍ରଧାନ ଓରଫ ଶିବାକୁ ଗିରଫ କରାଯାଇଛି । ଜେରା ସମୟରେ ପୋଲିସ ଆଗରେ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିବା ପ୍ରଧାନ ସବୁ ସତ ମାନିଛି । ପୋଲିସ ଆଗରେ ଶିବା କହିଥିଲା କି, ସୁଧାଂଶୁ ହତ୍ୟା ପାଇଁ ତିନି ମାସ ତଳୁ ପ୍ଲାନ ହୋଇଥିଲା ।