ପୁଲିସ ଉପରକୁ ପଥରମାଡ, ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ
ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ଆରମ୍ଭ ହୋଇଥିବା ସ୍ଥାନୀୟ ଲୋକ ପୁଲିସ ଉପରକୁ ପଥରମାଡ କରିଥିବା ଘଟଣା ସାମ୍ନାକୁ ଆସିଛି।
(ରାଜସ୍ଥାନ) : ଗୋଟିଏ ପଟେ ଦେଶରେ ବେଶ୍ ଧୁମ୍ଧାମରେ ଇଦ ପାଳନ ହେଉଥିବା ବେଳେ ଅନ୍ୟପଟେ ଅଶାନ୍ତ ହୋଇପଡିଛି ରାଜସ୍ଥାନର ଯୋଧପୁର। ଗତକାଲି ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ଆରମ୍ଭ ହୋଇଥିବା ସ୍ଥାନୀୟ ଲୋକ ପୁଲିସ ଉପରକୁ ପଥରମାଡ କରିଥିବା ଘଟଣା ସାମ୍ନାକୁ ଆସିଛି।

ଫଳରେ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାନୁଯାୟୀ, ଯୋଧପୁରରେ ସୋମବାର ସନ୍ଧ୍ୟାରେ ଇଦ୍ ପୂର୍ବରୁ ଜାଲୌରୀ ଗେଟ୍ ଅଞ୍ଚଳରେ ପତାକା ଉତ୍ତୋଳନକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଯୋଧପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ଏବଂ ପୁଲିସ ଫୋର୍ସ ଉପସ୍ଥିତିରେ ଇଦ୍ର ନମାଜ ପାଠ କରାଯାଇଥିଲା।