ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍‌: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଙ୍କ ବଡ ଘୋଷଣା । ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍‌ । ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ଭିଜିଟ କରିବାକୁ ଯିବ । ମୟୂରଭଞ୍ଜ, ବ୍ରହ୍ମପୁରରେ ମଧ୍ୟ କୃଷି କଲେଜ ଖୋଲାଯିବ । ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଜି ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ଓ୍ବାଇଫାଇ କ୍ୟାମ୍ପସ୍‌ ଉଦଘାଟନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଚାଇନାରୁ ଫସଫେଟ୍ ଓ ୟୁରିଆ ଆମଦାନୀ ବନ୍ଦ କରିଛି । ତେଣୁ କିଛି ସମୟ ପାଇଁ ମିଳିବାରେ ଅସୁବିଧା ଦେଖା ଦେଇଥିଲା । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଫର୍ଟିଲାଇଜର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଜଣାଇ ଚିଠି ଲେଖିଛନ୍ତି । ସାର ମିଳିବା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । କେନ୍ଦ୍ରମନ୍ତ୍ରୀ ସାର ପଠାଇଛନ୍ତି । ଏବେ ଚାଷୀଙ୍କୁ ସାର ଦିଆ ଚାଲିଛି । ଏହାସହ ରାସାୟନିକ ସାର ବ୍ୟବହାର ନକରି ଜୈବିକ ସାର ବ୍ୟବହାର କରିବା ପାଇଁ ମଧ୍ୟ ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।ସେହିଭଳି ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ । ସୋନପୁରରେ ଖୋଲିବ ଫିସରୀ କଲେଜ । ଏହି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ ।